କଲେଜରେ ଦାଦାଗିରି, ଛାତ୍ରଙ୍କୁ ପିଟିଲେ ପ୍ରିନ୍ସିପାଲଙ୍କ ସାନ ଭାଇ

ବାରିପଦା : ପରୀକ୍ଷା ଆଗରୁ ହାତରେ ଭୁଲ୍‌ ଆଡମିଟ୍‌ କାର୍ଡ ଥମାଇ ଦେଲେ କଲେଜ କର୍ତ୍ତୃପକ୍ଷ । ଏନେଇ ଅଭିଯୋଗ କରିବାରୁ ତ୍ରୁଟି ସୁଧାରିବା ପରିବର୍ତ୍ତେ ଓଲଟା ଛାତ୍ରଙ୍କ ଉପରେ ଦାଦାଗିରି ଦେଖାଇଲେ ପ୍ରିନ୍ସିପାଲଙ୍କ ସାନ ଭାଇ । ଏପରିକି ଅଭିଯୋଗ କରିବାକୁ ଯାଇଥିବା ଛାତ୍ରମାନଙ୍କୁ ନିର୍ଧୂମ ପିଟିଲେ। ଏନେଇ ଛାତ୍ରମାନେ ଜିଲ୍ଲାପାଳଙ୍କ  ଦ୍ୱାରସ୍ଥ ହେବାରୁ ପୁଲିସ୍‌  ପ୍ରିନ୍ସିପାଲ ଓ ଜଣେ ପ୍ରଫେସରଙ୍କୁ ଗିରଫ କରିଛି। ହେଲେ ପ୍ରିନ୍ସିପାଲଙ୍କ ସାନ ଭାଇକୁ ଫେରାର ହୋଇ ଯାଇଛନ୍ତି। ଏପରି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ଏକ ଘରୋଇ ITI କଲେଜରେ ଘଟିଛି। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

କୁଳିଅଣା ଥାନା ଅନ୍ତର୍ଗତ  ଘରୋଇ ITI କଲେଜର ଛାତ୍ରମାନଙ୍କ ମଧ୍ୟରେ ଇଲେକ୍ଟିସିଆନ ଟ୍ରେଡ଼ ପିଲା ଫିଟର ଟ୍ରେଡ଼ ଆଡିମିଟ କାର୍ଡ ପାଇଥିଲେ। ସେହିପରି ଫିଟର ଟ୍ରେଡ଼ ଛାତ୍ରଙ୍କୁ ଇଲେକ୍ଟ୍ରିସିଆନ ଆଡିମିଟି କାର୍ଡ ଦିଆଯାଇଥିଲା।  ଏନେଇ ଛାତ୍ରମାନେ କଲେଜ ପ୍ରିନ୍ସିପାଲଙ୍କ ଦୃଷ୍ଟି  ଆକର୍ଷଣ କରିଥିଲେ। ହେଲେ ଛାତ୍ରମାନଙ୍କ ସମସ୍ୟା ସମାଧାନ କରିବା ବଦଳରେ ସେମାନଙ୍କୁ ଭୁଲ୍‌ ଆଡମିଟ୍‌ କାର୍ଡରେ ପରୀକ୍ଷା ଦେବାକୁ ବାଧ୍ୟ କରାଯାଇଥିଲା ।

Comments are closed.