ଅମୃତସର: ଉଦ୍ଧାର ହେଲା। ହେଲେ ଜୀବନ ନଥିଲା। ୩୦୦ ଫୁଟ କୂଅରେ ଖସିପଡ଼ି ଥିବା ୬ ବର୍ଷର ଛୁଆକୁ ବହୁ କଷ୍ଟରେ ଉଦ୍ଧାର କରାଗଲା। ସେ କିନ୍ତୁ ବଞ୍ଚି ନଥିଲା। ପଞ୍ଜାବର ହୋସିଆରପୁରରେ ଘଟିଛି ଏହି ଘଟଣା। ମୃତ ଶିଶୁ ହେଲେ ରିତିକ୍। ଉଦ୍ଧାର ପରେ ପିଲାଟିକୁ ମେଡିକାଲ ନିଆଯାଇଥିଲା। ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ପିଲାଟି ଉଦ୍ଧାର ପାଇଁ ସେନାକୁ ଡକାଯାଇ ଥିଲା । ଉଦ୍ଧାର କାର୍ଯ୍ୟରେ ଜେସିବି ମେସିନ ନିୟୋଜିତ ଥିଲା। ଜେସିବି ମେସିନିଟି କୂଅର ଅନିତି ଦୂରରୁ ଖୋଳି କୂଅ ମୁହାଁ ହୋଇ ପିଲାଟିକୁ ଉଦ୍ଧାର କରିଥିଲା। ଏଥି ପାଇଁ ପ୍ରାୟ ୯ ଘଣ୍ଟା ପାଇଁ ସମୟ ଲାଗିଥିଲା। ସେହିପରି ପିଲାଟି ନିକଟକୁ ଉଦ୍ଧାରକାରୀ ଦଳ ପକ୍ଷରୁ ଅମ୍ଲଜାନ ପଠାଯାଇଥିଲା । ଯାହା ଫଳରେ଼ ପିଲାଟିର ଅବସ୍ଥା ସ୍ଥିର ରହିବ ପାରିବା। କିନ୍ତୁ କୂଅ ଭିତରେ ପିଲାଟି ଚେତା ଶୂନ୍ୟ ଥିବା କୁହାଯାଉ ଥିଲା । ତେବେ ବହୁ କଷ୍ଟ କରି ପିଲାଟିକୁ ଉଦ୍ଧାର ପରେ ମଧ୍ୟ ତାକୁ ବଞ୍ଚାଇବା ସମ୍ଭବ ହୋଇ ନଥିଲା।
Prev Post
Next Post
Recover your password.
A password will be e-mailed to you.
Comments are closed.