ତିନି ରଥରେ ଡେରା ଗଲା ଚକ୍

ପୁରୀ :ଗତ ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ କରାଯାଇଥିବା ବେଳେ ଆଜି ରଥର ଚକ ଓ ଅଖ ସଂଯୋଗର ଅନୁକୂଳ କରାଯାଇଛି। ପରମ୍ପରା ଅନୁଯାୟୀ ଆଜି ଭଉଁରୀ ଅବସରରେ ଶ୍ରୀମନ୍ଦିରରେ ସକାଳ ଧୂପ ଶେଷ ହେବା ପରେ ପୂଜାପଣ୍ତାମାନେ ୩ ରଥ ପାଇଁ ଆଜ୍ଞାମାଳ ଆଣି ରଥଖଳାରେ ପହଞ୍ଚିଥିଲେ। ବିଶ୍ଵକର୍ମା ମହାରଣା ମାନେ ନିର୍ମାଣ କରିଥିବା ପ୍ରତ୍ୟେକ ରଥର ଦୁଇଟି ଲେଖାଏଁ ଚକ ସହ ଅଖର ସଂଯୋଗ କରିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଏହି ଅନୁକୂଳ କାର୍ଯ୍ୟ ସଂପନ୍ନ ହୋଇଥିଲା।

Comments are closed.