ପରିବର୍ତ୍ତନର ଧାରା ହେଉଛନ୍ତି ଚାଷୀ ,ଚାଷୀ ଚାହିଁଲେ ସରକାର ମଧ୍ୟ ପରିବର୍ତ୍ତନ ହେବ: କେସିଆର

ଅମୃତସର: ବିବାଦୀୟ କୃଷି ବିଲକୁ ବିରୋଧ କରି ଆନ୍ଦୋଳନ କରିଥିବା ଚାଷୀମାନଙ୍କ ପ୍ରତି ସମବେଦନନା ଜଣାଇଛନ୍ତି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ଆଜି ପଞ୍ଜାବ ଗସ୍ତରେ ଥିବା ବେଳେ କେସିଆର ଚାଷୀ ଆନ୍ଦୋଳନ ବେଳେ ଜୀବନ ଦେଇଥିବା ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେହିପରି ମୃତ ଚାଷୀଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି କେସିଆର। ଏହି ଅବସରରେ ଆୟୋଜିତ ସଭାରେ ଯୋଗ ଦେଇ କେସିଆର କହିଛନ୍ତି ଯେ, ଚାଷୀମାନେ ଚାହିଁଲେ କେନ୍ଦ୍ରରେ ସରକାର ବଦଳାଇ ପାରିବେ।

କେନ୍ଦ୍ରକୁ ଟାର୍ଗେଟ କରି କେସିଆର କହିଥିଲେ ଯେ, କୃଷି ଆଇନକୁ ବିରୋଧ କରିଥିବା ଚାଷମୀନଙ୍କୁ ଖଲିସ୍ଥାନୀ ଏବଂ ଆତଙ୍କବାଦୀ ରୂପ ଦେଇ ସେମାନଙ୍କୁ ବଦନାମ କରିବାକୁ ଅପଚେଷ୍ଟା କରାଯାଇଥିଲା। ମୁଁ କୃଷି ନେତମାନଙ୍କୁ ଆହ୍ୱାନ କରୁଛି ସେମାନେ ଏହି ଆନ୍ଦୋଳନ ଜାରି ରଖିବା ଉଚିତ। କେବଳ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ କିମ୍ବା ଦିଲ୍ଲୀ ନୁହଁ ସମଗ୍ର ଦେଶକୁ ଏହି ଆନ୍ଦୋଳନ ପସାରିତ ହେବା ଉଚିତ। କୃଷକମାନେ ଚାହିଁଲେ କେନ୍ଦ୍ର ସରକାରଙ୍କୁ ବଦଳାଇପାରିବେ ବୋଲି ସେ କହିଛନ୍ତି।

Comments are closed.