ଭାରତର ସ୍ଥିତି ମଜବୁତ୍, କିଏ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ଭାରତର ସ୍ଥିତି ବଦଳିବାରେ ଲାଗିଛି ସାରା ବିଶ୍ଵ ଆଗରେ । ସ୍ୱିଜରଲ୍ୟାଣ୍ଡର ଡାଭୋସରେ ୱାର୍ଲଡ ଇକୋନମିକ ଫୋରମର ବାର୍ଷିକ ବୈଠକ ଆରମ୍ଭ ହୋଇଛି। କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ପରେ ଏହି ବୈଠକ ଅନୁଷ୍ଠିତ ହେଉଛି। ମେ ୨୨ରୁ ଆରମ୍ଭ ହୋଇଥିବା ଏହି ବୈଠକ ୨୬ ତାରିଖ ଯାଏଁ ଚାଲିବ। ଏହି ବୈଠକରେ ଭାରତ ସହ ଦୁନିଆର ସବୁ ଦେଶର ନେତା ସାମିଲ ହେବେ। ଚଳିତ ବର୍ଷ ଫୋରମରେ ୟୁକ୍ରେନ ସଂକଟ, ଜଳବାୟୁ ପରିବର୍ତ୍ତନ ସହ ଦୁନିଆର ଅନ୍ୟ ବହୁ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।

ଏହାରି ଭିତରେ ୱାର୍ଲଡ ଇକୋନମିକ ଫୋରମର ଅଧ୍ୟକ୍ଷ ବୋର୍ଜ ବ୍ରେଣ୍ଡ କହିଛନ୍ତି, ବିଶ୍ୱର ଅନ୍ୟ ଦେଶ ବହୁ ଅସୁବିଧାର ସାମନା କରିବା ଆରମ୍ଭ କରିଥିବା ବେଳେ ଭାରତର ସ୍ଥିତି ମଜବୁତ୍ ରହିଛି।

Comments are closed.