ପାଣିରେ ପଡ଼ି ଦେଡ ବର୍ଷ ପିଲାର ମୃତ୍ୟୁ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାମ୍ବାଗୁଡ଼ା ଗ୍ରାମରେ ପାଣି ଭର୍ତ୍ତି ହଣ୍ଡାରେ ପଡ଼ି ଜଣେ ୧୮ ମାସ କନ୍ୟା ସନ୍ତାନର ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ, କାମ୍ବାଗୁଡ଼ା ଗ୍ରାମର ସୁବାସ ଦିଗାଲଙ୍କ ଏହି କନ୍ୟାସନ୍ତାନ ଘରେ ଗୁରୁଣ୍ଡି ଗୁରୁଣ୍ଡି ଖେଳଥିଲା। ପରିବାର ଲୋକଙ୍କ ନଜର ନ ରହିଥିବା ବେଳେ ଘରେ ପାଣି ଭର୍ତ୍ତି ହୋଇ ରହିଥିବା ଏକ ହଣ୍ଡା ଭିତରେ ସେ ଯାଇ ପଡ଼ିଯାଇଥିଲା। କିଛି ସମୟ ପରେ ଶିଶୁର ମା ଏହା ଦେଖି ତୁରନ୍ତ ଶିଶୁକୁ ପାଣି ଭର୍ତ୍ତି ହଣ୍ଡାରୁ ବାହାର କରିଥିଲେ। ଶିଶୁଟି ପାଣି ପିଇ ଗୁରୁତର ହୋଇଯାଇଥିଲା। ଶିଶୁକୁ ଗୁରୁତର ଅବସ୍ଥାରେ ତାର ବାପା, ମା’ ପ୍ରଥମେ ଗୁମାଗଡ଼ ମେଡିକାଲ ନେଇଥିଲେ। ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ହେଲେ ଡାକ୍ତର ସେଠାରେ ଶିଶୁକୁ ମୃତ ଘୋଷଣା କରିଥିଲେ।
Comments are closed.