ନୃଶଂସ ପାଲଟିଲା ଜନ୍ମ କଳା ମାଆ
ବଲାଙ୍ଗିର: ନିଜ ଜନ୍ମିତ ଶିଶୁକୁ ମା’ କରିଦେଇଛି ଦରମରା। ପରିସ୍ଥିତି ଏମିତି ହୋଇଛି ଯେ, କୋମଳମତି ଶିଶୁଟି କଥା ମଧ୍ୟ କହିପାରୁନି। ମୁହଁ, କାନ, ନାକ ସବୁ ଫାଟି ଯାଇଛି। ପିଠିରେ ମାଡ଼ ବସି ଫୁଲି ଯାଇଛି। ବଲାଙ୍ଗିର ସହର ସୁଦପଡ଼ାରେ ଏମତି ଘଟଣା ଘଟିଛି। ଆଜି ଶିଶୁ ଅବସ୍ଥା ଗୁରୁତର ହେବାରୁ ତାର ବାପା, ମା’ ବଲାଙ୍ଗିର ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ଆଣିଥିଲେ। ଛୁଆର ଜୀବନ ବିପଦରେ ଥିବା ଦେଖି ଡାକ୍ତରଖାନା କର୍ତ୍ତୃପକ୍ଷ ତୁରନ୍ତ ଚାଉଲ୍ଡ ଲାଇନକୁ ଖବର ଦେଇଥିଲେ। ଚାଇଲ୍ଡ ଲାଇନ ସଦସ୍ୟମାନେ ପହଞ୍ଚି ଶିଶୁର ଉତ୍ତମ ଚିକିତ୍ସା ନିମନ୍ତ ବ୍ୟବସ୍ଥା କରିବା ସହ ବାପା, ମା’ଙ୍କୁ ତାଗିଦ କରିଥିଲେ। ଶିଶୁ ସୁସ୍ଥ ହେବା ପରେ ତାର ସୁରକ୍ଷା ନିମନ୍ତେ ସିଡବ୍ଲୁସିରେ କାଉନସିଲିଂ କରାଯାଇ ଆଇନ ଅନୁଯାୟୀ ଉଚିତ ପଦକ୍ଷେପ ନିଆଯିବ ବୋଲି ସଦସ୍ୟମାନ କହିଛନ୍ତି।
Comments are closed.