ତ୍ରିରଙ୍ଗା ଉଡ଼ାଇଲେ ମିଳିବ ସାର୍ଟିଫିକେଟ୍
ଆଜି ସାରା ଦେଶ ପାଳୁଛି ୭୬ତମ ସ୍ୱାଧୀନତା ଦିବସ। ଭାରତ ସ୍ୱାଧୀନ ହେବାର ୭୫ ବର୍ଷ ପୂରଣ ହୋଇଛି। ଏହି ଅବସରକୁ ‘ଆଜାଦୀର ଅମୃତ ମହୋତ୍ସବ’ ରୂପେ ପାଳନ କରାଯାଉଛି। ଏହି ଉପଲକ୍ଷେ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ମଧ୍ୟ ଜାରି ରହିଛି। ଏଥିରେ ଅଂଶଗ୍ରହଣ କରି ଲୋକେ ନିଜ ନିଜ ଘରେ ତ୍ରିରଙ୍ଗା ଉଡ଼ାଉଛନ୍ତି।
ଜାଣନ୍ତୁ ପ୍ରକ୍ରିୟା
-ଏଥିପାଇଁ ଆପଣଙ୍କୁ ପ୍ରଥମେ ନିଜ ମୋବାଇଲ କିମ୍ବା ପିସିରେ https://harghartiranga.com/ େଓ୍ଵବ୍ସାଇଟ ଓପନ୍ କରିବାକୁ ପଡ଼ିବ।
-ଏଠାରେ ଆପଣଙ୍କୁ ପିନ୍ ଏ ଫ୍ଲାଗ୍ର ଅପ୍ସନ ମିଳିବ।
–େଓ୍ଵବ୍ସାଇଟ ଆପଣଙ୍କୁ ଲୋକେସନର ଆକ୍ସେସ୍ ମାଗିବ।
-ଆକ୍ସେସ୍ ଦେବା ପରେ ଆପଣଙ୍କୁ Pin A Flagର ଅପସନ୍କୁ ସିଲେକ୍ଟ କରିବାକୁ ହେବ।
-ଏଠାରେ ଆପଣଙ୍କୁ ନିଜ ନାମ, ପ୍ରୋଫାଇଲ ପିକ୍ଚର ଏବଂ ମୋବାଇଲ ନମ୍ବର ଏଣ୍ଟର କରିବାକୁ ପଡ଼ିବ।
-ଏବେ Next ଉପରେ କ୍ଲିକ୍ କରନ୍ତୁ।
-ନିଜ ଲୋକେସନ ସହିତ ନିଜ ଘର ଉପରେ ଉଡ଼ାଇଥିବା ଫ୍ଲାଗ୍କୁ ପିନ୍ କରି ଦିଅନ୍ତୁ।
-ବର୍ତ୍ତମାନ ଆପଣଙ୍କ ସାର୍ଟିଫିକେଟ୍ ପ୍ରସ୍ତୁତ ହୋଇଯିବ।
-ଏହାପରେ ଆପଣ ଏହାକୁ ସେୟାର କିମ୍ବା ଡାଉନଲୋଡ୍ କରିବା ପାଇଁ ଅପସନ୍ ସିଲେକ୍ଟ କରି ପାରିବେ।
Comments are closed.