ବିହାରରେ ପଶିଲା CBI
ପାଟନା: ଆରଜେଡି ଓ କଂଗ୍ରେସ ସମେତ ପ୍ରାୟ ୧୬୫ ଜଣ ବିଧାୟକ ନୀତୀଶ କୁମାରଙ୍କୁ ସମର୍ଥନ କରୁଥିବା ତାଙ୍କ ଦଳ ଜେଡିୟୁ ଦାବି କରିଛି। ତେଣୁ ନୀତୀଶ କୁମାର ବେଶ ସହଜରେ ଆସ୍ଥା ଭୋଟରେ ଜିତିବେ ବୋଲି କୁହାଯାଉଛି।
କିନ୍ତୁ ଆସ୍ଥା ଭୋଟ ପୂର୍ବରୁ ଆକ୍ସନ ମୋଡରୁ ଆସିଛି ସିବିଆଇ। ଆଜି ସକାଳୁ ସକାଳୁ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡିର ଦୁଇ ବରିଷ୍ଠ ନେତାଙ୍କ ଘରେ ସିବିଆଇ ଟିମ୍ ଏକାକାଳୀନ ରେଡ କରିଛି। ଲାଲୁ ପ୍ରସାଦ ଯାଦବ ରେଳବାଇ ମନ୍ତ୍ରୀ ଥିବା ବେଳେ ଚାକିରି ପାଇଁ ଜମି ଦୁର୍ନୀତି ଘଟିଥିଲା। ଏହି ଘଟଣାରେ ଆଜି ସିବିଆଇ ରେଡ କରିଛି।
ଆଜି ସିବିଆଇ ଟିମ୍ ଆରଜେଡିର ରାଜ୍ୟସଭା ସାଂସଦ ଅହମଦ ଅସଫାକ କରିମ ଓ ବିହାର ବିଧାନ ପରିଷଦ ସଦସ୍ୟ ସୁନୀଲ ସିଂହଙ୍କ ଘରେ ପହଞ୍ଚିଛି। ଉଭୟ ନେତାଙ୍କ ଘର ଓ ବିଭିନ୍ନ ଠିକଣାରେ ସକାଳୁ ରେଡ ଆରମ୍ଭ କରାଯାଇଛି। ଏବେ ବି ରେଡ ଜାରି ରହିଛି।
ରେଡ୍ ସମ୍ପର୍କରେ ସୁନୀଲ ସିଂହ କହିଛନ୍ତି, “ଉଦ୍ଦେଶ୍ୟମୂଳକ ଭାବେ ଚଢ଼ଉ କରାଯାଇଛି। ଏହାର କୌଣସି ମୂଲ୍ୟନାହିଁ। ସେମାନେ ଭାବୁଛନ୍ତି ଯେ ସିବିଆଇ ଭୟରେ ଆମ ବିଧାୟକମାନେ ତାଙ୍କ(ବିଜେପି) ସହ ସାମିଲ ହୋଇଯିବେ। କିନ୍ତୁ ସେମିତି କିଛି ହେବାର ନାହିଁ।”
Comments are closed.