ବ୍ରଜରାନଗରେ ଆଜି ମତଦାନ ଜାରି

Iiଝାରସୁଗୁଡ଼ା : ବ୍ରଜରାଜନଗର ଉପନିର୍ବାଚନ ଲାଗି ଆରମ୍ଭ ହେଲା ମତଦାନ। ଆଜି ୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଏହି ନିର୍ବାଚନମଣ୍ଡଳୀ‌ର ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର୍‌ ମତଦାନ କରିବେ। ଆଜି ସକାଳ ୭ ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଚାଲିବ। ଏହି ନିର୍ବାଚନମଣ୍ଡଳୀ‌ର ୧୧ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ବିଜେଡିର ଅଳକା ମହାନ୍ତି, ବିଜେପିର ରାଧାରାଣୀ ପଣ୍ଡା ଏବଂ କଂଗ୍ରେସର କିଶୋର ପଟେଲ। ୩ ତାରିଖରେ ଭୋଟ ଗଣତି ହେବ।

ଭୋଟରମାନେ କିଭଳି ଶୃଙ୍ଖଳିତ ଓ ସୁବିଧାରେ ମତଦାନ କରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟପକ ବ୍ୟସ୍ଥା କରାଯାଇଛି। ଲଖନପୁର ବ୍ଲକର ସମସ୍ତ ୩୩ଟି ପଞ୍ଚାୟତ, ଝାରସୁଗୁଡ଼ା ବ୍ଲକର ୫ଟି ପଞ୍ଚାୟତ, ବେଲପାହାଡ଼ ଓ ବ୍ରଜରାଜନଗର ପୌରାଞ୍ଚଳକୁ ନେଇ ଗଠିତ ହୋଇଛି ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ। ଭୋଟରଙ୍କ ଅପେକ୍ଷା ପାଇଁ ଭୋଟ୍‌ ଗ୍ରହଣ‌ କେନ୍ଦ୍ରଗୁଡ଼ିକରେ ଛଉଣୀ, ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ୩୦ଟି ମୋଡେଲ ବୁଥ୍‌ ଓ ୫ଟି ପିଙ୍କ ବୁଥ୍‌ କରାଯାଇଛି। ୧୪୫ଟି ବୁଥ୍‌କୁ ୱେବ କାଷ୍ଟିଂ କରାଯାଇଥିବାରୁ ଏଠାରେ କ୍ୟାମେରା ଖଞ୍ଜା ଯାଇଛି। ଏହାର ଭିଡିଓ ସାଟେଲାଇଟ ଦ୍ବାରା ନିର୍ବାଚନ କମିସନ ପର୍ଯ୍ୟନ୍ତ ସିଧାସଳଖ ପ୍ରସାରଣ ହେବ।

Comments are closed.