ବ୍ରଜରାନଗରେ କାଲି ବାଇ-ଇଲେକ୍ସନ ପାଇଁ ଭୋଟ ଗ୍ରହଣ
ବ୍ରଜରାଜନଗର: ବାଇ-ଇଲେକ୍ସନ କାଉଣ୍ଟଡାଉନ୍ । ଆସନ୍ତାକାଲି ନୂଆ ବିଧାୟକ ବାଛିବେ ବ୍ରଜରାଜନଗରବାସୀ । ଭୋଟ ଦେଇ ପ୍ରତିନିଧି ଚୟନ କରିବେ ୨ ଲକ୍ଷ ୧୪ ହଜାର ୮୭୮ ମତଦାତା । ଏଥିପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି । ମୋଟ ୧୨ ଶହ ୨୮ ପୋଲିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ୨୭୯ ବୁଥରେ ପହଞ୍ଚିବେ ପୋଲିଂ ପାର୍ଟି । ଉପନିର୍ବାଚନ ପାଇଁ ୨୨ଟି ନୂଆ ବୁଥ୍ ହୋଇଛି । ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ୬୦ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି। ଏହି ବୁଥ ଗୁଡିକରେ ମାଇକ୍ରୋ ଅବଜରଭର, ସେଣ୍ଟ୍ରାଲ ଫୋର୍ସ ରହିବେ । ସେହିପରି ୫୦ ପ୍ରତିଶତ ବୁଥରେ ଓ୍ୱେବକାଷ୍ଟିଂ କରାଯିବ ।
୩୦ଟି ମଡେଲ ପୋଲିଂ ବୁଥ ହୋଇଥିବା ବେଳେ ୫ଟି ପିଙ୍କ ବୁଥରେ କେବଳ ମହିଳା ପୋଲିଂ କର୍ମଚାରୀ ନିଯୁକ୍ତ ହେବେ । ଆଇଶୃଙ୍ଖଳା ସ୍ଥିତି ପାଇଁ ଏକ ହଜାର ପୋଲିସ କର୍ମଚାରୀ, ୩ କମ୍ପାନି ସେଣ୍ଟ୍ରାଲ ଆର୍ମ ଫୋର୍ସ ମୁତୟନ କରାଯାଇଛି ।
୩୧୨ ଜଣ ବାଲଟ୍ ପେପରରେ ଭୋଟ ଦେଇଛନ୍ତି । ରାଜ୍ୟରେ କୋଭିଡ ପ୍ରଭାବ ନଥିଲେ ବି ନିୟମ ମାନିବାକୁ କୁହାଯାଇଛି । ସେହିପରି ଗ୍ରୀଷ୍ମ ପ୍ରବାହ ପାଇଁ ବୁଥ ଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ନିର୍ବାଚନ ମଣ୍ଡଳୀର ବାହାର ଲୋକ ରହିବେ ନାହିଁ । ହୋଟେଲ, ଲଜ୍ ସବୁ ଚେକିଂ କରାଯିବ। ନିୟମ ଉଲଙ୍ଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।
Comments are closed.