କମାଲ୍ ଦେଖାଇଲେ ବୁମରା
ଏଜବାଷ୍ଟନ ଟେଷ୍ଟରେ ଟିମ୍ ଇଣ୍ଡିଆର ଖେଳାଳି ଇଂଲଣ୍ଡ ଉପରେ ମହଙ୍ଗା ପଡିଛନ୍ତି। ମାତ୍ର ୯୮ ରନରେ ୫ଟି ଓ୍ଵିକେଟ ଯାଇଥିଲେ ମଧ୍ୟ ଟିମ୍ ଇଣ୍ଡିଆର ରିଷଭ ପନ୍ତ ଏବଂ ରବିନ୍ଦ୍ର ଜାଡେଜାଙ୍କ ଶତକ ଟିମ୍କୁ ୪୧୬ ରନ୍ ପର୍ଯ୍ୟନ୍ତ ନେଇପାରିଥିଲା। ଏହାପରେ ଟିମ୍ ଇଣ୍ଡିଆ ମଧ୍ୟ ସେହିପରି ପ୍ରତିଶୋଧ ନେଇଛି। ଦ୍ୱିତୀୟ ଦିନ ଖେଳର ବର୍ଷା ଯୋଗୁଁ ପ୍ରଭାବିତ ରହିଥିଲା। କିନ୍ତୁ ଇଂଲଣ୍ଡ ଟିମ୍ ମାତ୍ର ୨୭ ଓଭରରେ ୫ଟି ଓ୍ଵିକେଟ ହରାଇ ୮୪ ରନ୍ କରିଛି। ଜାଡେଜା ନିଜ ଟେଷ୍ଟ କ୍ୟାରିଅରର ତୃତୀୟ ଶତକ ମାରିଛନ୍ତି।
ଇଂଲଣ୍ଡ ବିପକ୍ଷରେ ମାତ୍ର ୯୮ ରନ ଭିତରେ ୫ଟି ୱିକେଟ ହରାଇ ଟିମ୍ ଇଣ୍ଡିଆ ସଂଘର୍ଷ କରୁଥିବା ବେଳେ ପନ୍ତ ଏବଂ ଜାଡେଜା ଦଳକୁ ମଜବୁତ ସ୍ଥିତି ଦେଇଥିଲେ । ୧୧୧ ବଲରୁ ପନ୍ତଙ୍କ୧୪୬ ରନ ଏବଂ ୧୯୪ ବଲରୁ ଜାଡେଜାଙ୍କ ୧୦୪ ରନ ବଳରେ ଟିମ ଇଣ୍ଡିଆର ସ୍କୋର ୪୦୦ ଅତିକ୍ରମ କରିଛି । ଭାରତୀୟ ଟିମ୍ ବର୍ମିଂହାମରେ ୪୦୦ରୁ ଅଧିକ ରନ୍ କେବେ କରିନଥିଲା। କିନ୍ତୁ ଏଥର ରେକର୍ଡ କରିଛି। ଜାଡେଜା ରିଷଭ ପନ୍ତଙ୍କ ସହିତ ୨୨୨ ରନର ପାର୍ଟନରସିପ୍ କରିଛନ୍ତି। ପ୍ରଥମରୁ ଯେପରି ଓ୍ଵିକେଟ ଯାଇଥିଲା, ସେମିତି ହୋଇଥିଲେ ଟିମ୍ ଇଣ୍ଡିଆ ୧୫୦ ରନରେ ଅଲଆଉଟ୍ ହୋଇଥାନ୍ତି। କିନ୍ତୁ ଜାଡେଜା ଏବଂ ପନ୍ତଙ୍କ ବ୍ୟାଟିଂ ଭାରତକୁ ଲଜ୍ଜାଜନକ ସ୍ଥିତିରୁ ବାହାର କରିଥିଲା।
Comments are closed.