ବିଧାନସଭାରେ ବଜେଟ
ଭୁବନେଶ୍ବର : ୨ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କଲେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ବଜେଟରେ ଶିକ୍ଷା , ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ରୂପାନ୍ତରିକରଣ ଉପରେ ଗୁରୁତ୍ୱ।ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨ ହଜାର ୬୭୪ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ଅଧିନରେ ୨ ହଜାର ୩୨୫ କୋଟି ଟଙ୍କାର ବ୍ୟୟ ବରାଦ । ଶିକ୍ଷା ଓ ଦକ୍ଷତା ବିକାଶ ଲାଗି ୨୭ ହଜାର ୩୨୪ କୋଟି ଟଙ୍କାର ବ୍ୟୟ ବରାଦ । ଉଚ୍ଚ ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରିକରଣ ହେବ । ମନ୍ଦିର ଗୁଡିକର ବିକାଶ ପାଇଁ ୧ ହଜାର ୯୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ରାସ୍ତା ନଥିବା ଗାଁକୁ ରାସ୍ତା କରିବା ଲାଗି ୧୫୦ କୋଟି ଟଙ୍କାର ବ୍ୟୟ ବରାଦ ।
ପ୍ରତ୍ୟେକ ବ୍ଲକରେ ବସ ଷ୍ଟାଣ୍ଡ କରିବା ପାଇଁ ନିଷ୍ପତ୍ତି । ବ୍ଲକ ସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ କ୍ରୀଡା ପ୍ରକଳ୍ପ କରିବା ପାଇଁ ଘୋଷଣା । ବସୁଧା ଯୋଜନାରେ ୧୮୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏବଂ ବିଜୁ ପକ୍କା ଘର ପାଇଁ ୫ ହଜାର ୯୦୬ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ମିଶନ ଶକ୍ତି ବିଭାଗ ପାଇଁ ୨ ହଜାର କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଶକ୍ତି କ୍ଷେତ୍ରକୁ ୩ ହଜାର ୪୮୨ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଗୃହ ବିଭାଗ ପାଇଁ ୭ ହଜାର ୫୫୧ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।
Comments are closed.