ରାଜଧାନୀରେ କୋଟି କୋଟି ତାଙ୍କର ବ୍ରାଉନସୁଗର ଜବତ

ରାଜଧାନୀରେ କୋଟି କୋଟି ତାଙ୍କର ବ୍ରାଉନସୁଗର ଜବତ
ଭୁବନେଶ୍ବର : ପୂର୍ବରୁ ରାଜଧାନୀରେ କିଛି କୁଜି ବେପାରୀ ବ୍ରାଉନ୍‌ସୁଗାର କାରବାର ଚଳାଇଥିଲେ। ହଳଦୀପଡ଼ିଆ ବସ୍ତିରୁ ଆରମ୍ଭ କରି ଖଣ୍ଡଗିରି ଅଞ୍ଚଳର କିଛି ଛୋଟ ବେପାରୀ ଏହି କାରବାର କରୁଥିଲେ। ଖୋର୍ଦ୍ଧା, ଛତିଆ ଓ ବାଲେଶ୍ବରର ବଡ଼ ବେପାରୀମାନେ ଏମାନଙ୍କୁ ମାଲ୍ ଯୋଗାଉଥିଲେ। କିନ୍ତୁ ଏବେ ରାଜଧାନୀରେ ବଡ଼ ବେପାରୀ ମୁଣ୍ଡ ଟେକିଲେଣି।

ଗତକାଲି ଏସ୍‌ଟିଏଫ୍‌ ଟିମ୍‌ ହାତରେ ଏଭଳି ଏକ ବଡ଼ ରୢାକେଟ୍‌ ଧରାପଡ଼ିଛି। ଖଣ୍ଡଗିରି ଥାନା ପୁଲସ ଭୁବନେଶ୍ବର ଏମ୍‌ସ ରୋଡ୍‌ରେ ୩ ଜଣଙ୍କୁ ଗିରଫ କରି ସେମାନଙ୍କଠାରୁ ୨ କେଜି ୫୮ ଗ୍ରାମ୍‌ ବ୍ରାଉନ୍‌ସୁାଗର ଜବତ କରାଯାଇଛି। ଅଭିଯୁକ୍ତ ବେପାରୀମାନେ ହେଲେ ତମାଣ୍ଡୋ ଥାନା ରଣସିଂହପୁରର ଭାଗିରଥୀ ଭଟ୍ଟ ଓରଫ ଭାଗା, ବାଲିପାଟଣାର ବିଶ୍ବଜିତ ନାୟକ ଓ ଡୁମୁଡୁମା ରଘୁନାଥନଗର ଅଞ୍ଚଳର ଚନ୍ଦନ ମଲ୍ଲିକ। ତେବେ ଚଢ଼ଉ ପୂର୍ବରୁ ଜଳେଶ୍ବରରୁ ମାଲ୍ ନେଇ ଆସିଥିବା ମାଫିଆ ଚମ୍ପଟ ମାରିଥିବା ଜଣାପଡ଼ିଛି। ଜବତ ବ୍ରାଉନ୍‌ସୁଗାରର ଆନୁମାନିକ ବଜାର ମୂଲ୍ୟ ୨କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି।

Comments are closed.