‘ବ୍ରହ୍ମାସ୍ତ୍ର’ରେ ଗୁରୁ ଭୂମିକାରେ ନଜର ଆସିବେ ବିଗ୍‌ ବି

ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରିଲିଜକୁ ଚାହିଁ ରହିଛନ୍ତି ଫ୍ୟାନ୍ସ। ଫିଲ୍ମରେ ରଣବୀର କପୁର, ଆଲିଆ ଭଟ୍ଟ, ଅମିତାଭ ବଚ୍ଚନ, ମୌନୀ ରଏ ଏବଂ ନାଗାର୍ଜୁନ ଅକ୍କିନେନୀ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମଟି ତିନି ଭାଗରେ ରିଲିଜ୍ ହେବ । ଫିଲ୍ମର ପ୍ରଥମ ଭାଗ ଚଳିତ ବର୍ଷ ୯ ସେପ୍ଟେମ୍ବରରେ ରିଲିଜ ହେବ । ନିକଟରେ ଫିଲ୍ମରେ ଏକ ଟିଜର ମଧ୍ୟ ରିଲିଜ୍ ହୋଇଥିଲା । ଆଉ ଏବେ ଫିଲ୍ମରୁ ଅମିତାଭଙ୍କ ପ୍ରଥମ ଲୁକ୍ ସାମ୍ନାକୁ ଆସିଛି।

ଆୟନ ମୁଖାର୍ଜୀ ଫିଲ୍ମରେ ଅମିତାଭଙ୍କୁ ଜଣେ ଗୁରୁ ଭାବରେ ଉପସ୍ଥାପିତ କରିଛନ୍ତି । ଫିଲ୍ମର ପୋଷ୍ଟରରେ ଅମିତାଭ ଭୟଙ୍କର ଭାବେ ନଜର ଆସିଛନ୍ତି।ଅମିତାଭ ହାତରେ ଦିବ୍ୟଅସ୍ତ୍ର ଧରିଥିବା ବେଳେ ରାଗରେ କାହାକୁ ଚାହିଁଥିବା ଜଣାପଡିଛି। ପୋଷ୍ଟରେ ଫିଲ୍ମର ନାମ ବ୍ରହ୍ମାସ୍ତ୍ର ପାର୍ଟ ଓ୍ଵାନ: ଶିବା ଲେଖାଯାଇଛି। ଏହି ଫିଲ୍ମଟି ଡିସେମ୍ବର ୯ ତାରିଖରେ ରିଲିଜ ହେବ।

ଆୟନ ମୁଖାର୍ଜୀ ଏହି ଫୋଷ୍ଟ ଶେୟାର କରି ଲେଖିଛନ୍ତି ଯେ ଗୁରୁ ଏବଂ ତାଙ୍କର ପ୍ରଭାସ୍ତ୍ର । ସେ ଆହୁରି ଲେଖିଛନ୍ତି ଯେ, ଅମିତାଭ ବଚ୍ଚନଙ୍କୁ ପ୍ରାଚୀନ ଏବଂ ମଡର୍ଣ୍ଣ ଇଣ୍ଡିଆର ଏହି ତାଳମେଳ ତାଙ୍କୁ ଖୁବ୍ ଆକର୍ଷିତ କରିଥିଲା । ଅୟାନ ମୁଖାର୍ଜୀ କହିଛନ୍ତି ଯେ ଅମିତାଭ ବଚ୍ଚନଙକ୍ ସାଥ୍ ମିଳିବା ସୌଭାଗ୍ୟର କଥା । ଆମ ଦୁହିଁଙ୍କ ସାକ୍ଷାତ ୨୦୧୬ରେ ହୋଇଥିଲା। ସେତେବେଳେ ଆମେ ବ୍ରହ୍ମାସ୍ତ୍ରକୁ ନେଇ ଚର୍ଚ୍ଚା ମଧ୍ୟ କରିଥିଲୁ। ଆଜି ଆମେ ଆମର ଗୁରୁଙ୍କ ପୋଷ୍ଟର ଲଞ୍ଚ କରୁଛୁ, ମୋର ହୃଦୟ ରୋମାଞ୍ଚ ଏବଂ ସମ୍ମାନରେ ଭରିଯାଇଛି ।

Comments are closed.