ରାମ ମନ୍ଦିରକୁ ବିସ୍ଫୋରଣ ଧମକ

ଉତ୍ତରପ୍ରଦେଶ : ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମନ୍ଦିରକୁ ବମରେ ବିସ୍ଫୋରଣ କରିବା ଧମକ ମିଳିଛି । କୁହା ଯାଉଛି ଏହି ବମ ବିସ୍ଫୋରଣ ୧୨ ସେପ୍ଟେମ୍ବରକୁ ହେବ । ଉତ୍ତରପ୍ରଦେଶ ପୋଲିସ କଣ୍ଟ୍ରୋଲ ରୁମ ୧୧୨କୁ ମଙ୍ଗଳବାର ଦିନ ଏହି ସୂଚନା ମିଳିଛି । ସୂଚନା ମିଳିବା ପରେ କେବଳ ପୋଲିସ ନୁହେଁ , କେନ୍ଦ୍ରୀୟ ଏଜେନ୍ସିଙ୍କ ମଧ୍ୟରେ ହଇଚୟୀ ସୃଷ୍ଟି ହୋଇଛି । ଏହି ସୂଚନା କେଉଁଠାରୁ ମିଳିଥିଲା, ତାହାର ତଦନ୍ତ କରାଯିବା ପରେ ଜଣା ପଡିଲା ଏହି ସୂଚନା ବରେଲିରେ ରହୁଥିବା ଏକ ଛୋଟ ବାଳକ ଏହାର ସୂଚନା ଦେଇଥିଲା ।

ବାଳକର କହିବା ଅନୁସାରେ ସେ ୟୁଟ୍ୟୁବରେ ଏକ ଭିଡିଓ ଦେଖୁଥିଲା ଯେଉଁଥିରେ ସୂଚନା ମିଳିଥିଲା ୨୧ ତାରିଖରେ ରାମମନ୍ଦିରରେ ବିସ୍ଫୋରଣ କରାଯିବ ବୋଲି । ଏହି ଭିଡିଓ ଦେଖିବା ପରେ ପିଲାଟି ପୋଲିସକୁ ଫୋନ କରି ସୂଚନା ଦେଇଥିଲା । ପୋଲିସ ଏହି ସୂଚନା ପାଇବା ପରେ ଅଯୋଧ୍ୟାରେ ଆଲର୍ଟ ଘୋଷଣା କରିଥିଲେ । ଏହା ପରେ ଅଯୋଧ୍ୟାରେ ଯାଞ୍ଚ ପକ୍ରିୟା ଆରମ୍ଭ ହୋଇଥିଲା । କଣ୍ଟ୍ରୋଲ ରୁମକୁ ଫୋନ କରିବଥିବା ବ୍ୟକ୍ତି ଉପରେ ମଧ୍ୟ ତଦନ୍ତ ଆରମ୍ଭ ହୋଇଥିଲା । ଏହା ପରେ ଜଣା ପଡିଲା ଏହି ଫୋନ ବରେଲିର ଫତେହଗଞ୍ଜ ପୂର୍ବ ଇଟୋରିଆ ଗାଁରୁ ଆସିଥିଲା ।

ପୋଲିସ ସେଠାରେ ପହଞ୍ଚି ଦେଖିଥିଲା ଫୋନ କରିଥିବା ବ୍ୟକ୍ତି ଜଣକ ଅଷ୍ଟମ ଶ୍ରେଣୀ ଛାତ୍ର । ଏହା ପରେ ପୋଲିସ ତାହାକୁ ନେଇ ପଚରା ଉଚରା କରିଥିଲା ଛାତ୍ର ଜଣକ କହିଥିଲେ ୟୁଟ୍ୟୁବରେ ଭିଡିଓ ଦେଖିଲା ପରେ ପୋଲିସକୁ ସୂଚନା ଦେଇଥିଲା । ପୋଲିସ କହିବା ଅନୁସାରେ ଛାତ୍ର ଜଣକ ଯେତେବେଳେ କଣ୍ଟ୍ରେଲ ରୁମକୁ ଫୋନ କରିଥିଲେ ସେତେବେଳେ ସେ କେବଳ କହିଥିଲେ ୨୧ ସେପ୍ଟେମ୍ବରକୁ ମନ୍ଦିରକୁ ବମ ଦ୍ୱାରା ବିସ୍ଫୋରଣ କରାଯିବ । ଏହା ପରେ କଣ୍ଟ୍ରୋଲ ରୁମ ତରଫରୁ ପିଲାଟି ସହିତ କଥା ହେବାକୁ ଚେଷ୍ଟା କରାଯାଇଥିଲା କିନ୍ତୁ ପିଲାଟି ଫୋନ କାଟି ଦେଇଥିଲା । ଏଥିପାଇଁ ସଦେହ ଅହୁରି ବଢିଥିଲା । ପୋଲିସ ଏବେ ଏହି ଭିଡିଓ ଉପରେ ଯାଞ୍ଚ କରୁଛି । ଯେଉଁ ଭିଡିଓ ଦେଖି ପିଲାଟି ପୋଲିସକୁ ଫୋନ କରିଥିଲା ।

Comments are closed.