୬ ବର୍ଷର ପ୍ରେମ ପରେ ଅଲଗା ହେଲେ ଏହି ଯୋଡ଼ି

ମୁମ୍ବାଇ: ୬ ବର୍ଷର ପ୍ରେମ ସମ୍ପର୍କରେ ଲାଗିଲା ଫୁଲ ଷ୍ଟପ୍‌। ଅଲଗା ହେଲେ ବି-ଟାଉନ୍‌ର ଆଉ ଏକ ଲଭ୍‌ ବାର୍ଡ। ଅଭିନେତା ଟାଇଗର ର୍ଶଫ ଓ ଦିଶା ପଟାନୀଙ୍କ ମଧ୍ୟରେ ହେଲା ବ୍ରେକ୍‌ ଅପ୍‌।

ଟାଇଗର ର୍ଶଫ ଏବଂ ଦିଶା ପଟାନୀ ବି-ଟାଉନର ଲୋକପ୍ରିୟ କପଲ୍‌ମାନଙ୍କ ମଧ୍ୟରୁ ଜଣେ। ଦୁହେଁ ପରସ୍ପରକୁ ବର୍ଷ ବର୍ଷ ଧରି ଜାଣିଛନ୍ତି। ଏହା ସତ ଯେ ଉଭୟ ନିଜ ସମ୍ପର୍କକୁ ନେଇ କେବେ କ୍ୟାମେରା ଆଗରେ ସ୍ୱୀକାର କରି ନାହାନ୍ତି। କିନ୍ତୁ ତାଙ୍କ ଫ୍ୟାନ୍ସ ଜାଣନ୍ତି ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଛନ୍ତି। ସେ ପାର୍ଟି ହେଉ ଅବା କୌଣସି ଫଙ୍କସନ୍‌, ପ୍ରାୟତଃ ଦୁଇ ଜଣଙ୍କୁ ଏକାଠି ଦେଖିବାକୁ ମିଳେ। ହେଲେ ଏବେ ଆଉ ଦେଖିବାକୁ ମିଳିବ ନାହିଁ। ଦୁହେଁ ପରସ୍ପର ଠାରୁ ଅଲଗା ହୋଇଯାଇଥିବା ଶୁଣିବାକୁ ମିଳୁଛି।

Comments are closed.