ଷ୍ଟାଇଲିଷ୍ଟ କପଲ ଆୱାର୍ଡ ବିଜେତା ହେଲେ ଏହି ବଲିଉଡ ଯୋଡ଼ି
ଅର୍ଜୁନ କପୁର ଓ ମଲାଇକା ଆରୋରାଙ୍କୁ ମିଳିଲା ଇଣ୍ଡିଆଜ୍ ମୋଷ୍ଟ ଷ୍ଟାଇଲିସ୍ ଆଓ୍ଵାର୍ଡ ୨୦୨୨। ନିକଟରେ ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ଏଚ୍ଡି ଇଣ୍ଡିଆଜ୍ ମୋଷ୍ଟ ଷ୍ଟାଇଲିସ୍ ଆଓ୍ଵାର୍ଡସ୍ ୨୦୨୨ରେ ଏହି ଦୁଇ ପ୍ରେମୀ ଯୁଗଳଙ୍କୁ ସମ୍ମାନିତ କରାଯାଇଛି। ଏହି ବିଜୟ ପରେ କପଲ ଷ୍ଟେଜ୍କୁ ଆସି ପରସ୍ପରକୁ ଖୁବ୍ ପ୍ରଶଂସା କରିଥିଲେ। ମଲାଇକା କହିଥିଲେ, ଅର୍ଜୁନ୍ ତାଙ୍କ ଠାରୁ ଧନ୍ୟବାଦ ଶୁଣିବାକୁ ଅପେକ୍ଷା କରିଛନ୍ତି। କିନ୍ତୁ ଏହାର ଜବାବରେ ଅର୍ଜୁନ୍ କପୁର କହିଥିଲେ ଯେ ନା’ ମୁଁ ପ୍ରକୃତରେ ତୁମକୁ କହିବାକୁ ଚାହୁଁଛି ଥ୍ୟାଙ୍କ୍ ୟୁ ବେବି, ତୁମ ପାଇଁ ଏ ଲୋକମାନେ ମୋତେ ଷ୍ଟାଇଲିସ୍ କହିଲେ।
ମଲାଇକା କହିଥିଲେ, ମୋତେ ଲାଗୁଛି ଯେ ଆମେ ଦୁହେଁ ପରସ୍ପରକୁ କମ୍ପ୍ଲିଟ୍ କରୁଛୁ। ସମସ୍ତେ ଆମକୁ କହୁଛନ୍ତି, ଆମେ ପରସ୍ପରକୁ ମ୍ୟାଚ୍ କରୁଛୁ। କିନ୍ତୁ ଏହା ଜମା ଭାବିଚିନ୍ତି କରାଯାଇ ନାହିଁ। ଏହା ପରେ ଅର୍ଜୁନ୍ କପୁର ନିଜ ଗାର୍ଲଫ୍ରେଣ୍ଡ ମଲାଇକା ଆରୋରାଙ୍କ ଉପରେ ପ୍ରେମ ବର୍ଷା କରିଥିଲେ। ସେ କହିଥିଲେ- ମୋତେ ଷ୍ଟାଇଲିସ୍ ବନାଇଥିବାରୁ ଧନ୍ୟବାଦ। ମୁଁ ଆଜି ତାଙ୍କ ସହ ଠିଆ ହୋଇଛି ଓ ପୁରସ୍କାର ଜିତୁଛି। କିନ୍ତୁ ସବୁଠୁ ଜରୁରୀ କଥା ହେଉଛି ମୁଁ ତାଙ୍କ ସହ ବେଶ୍ ଖୁସି ଅଛି। କାରଣ ମୋତେ ଲାଗୁଛି ଯେ ସେ ମୋତେ ଷ୍ଟାଇଲିସ୍ କରୁଛନ୍ତି। ସେ ମୋତେ ଜଣେ ଭଲ ମଣିଷ ହେବାରେ ସାହାଯ୍ୟ କରିଛନ୍ତି। ଏଣୁ ଥ୍ୟାଙ୍କ୍ ୟୁ, ମୁଁ ବିଶ୍ୱାସ ବି କରିପାରୁନି ଯେ ମୁଁ ବେଶ୍ ଷ୍ଟାଇଲିସ୍।
Comments are closed.