ଭୟ ଦେଖାଉଛି ବିଜେପି,ତେଜସ୍ଵୀ
ପାଟନା : ବିହାରରେ ବିଭିନ୍ନ ଦୁର୍ନୀତି ଅଭିଯୋଗ ଆଧାରରେ ଆର୍ଜେଡି ନେତାଙ୍କ ବାସଭବନରେ ସିବିଆଇ ଚଢ଼ଉକୁ ନେଇ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ବିଜେପି ବିରୋଧରେ ପ୍ରବଳ ବର୍ଷିଛନ୍ତି। ତେଜସ୍ବୀ କହିଛନ୍ତି, ବିଜେପି ରାଜ୍ୟରେ ବିରୋଧୀ ଦଳରେ ରହିବାକୁ ପ୍ରବଳ ଭୟ କରୁଛି। ୨୦୨୪ ସାଧାରଣ ନିର୍ବାଚନରେ ବିରୋଧୀ ଦଳ ଏକଜୁଟ ହୋଇ ବିଜେପିକୁ ରାଜ୍ୟରୁ ହଟାଇବେ ବୋଲି ଏହା ଅବଗତ ହୋଇସାରିଛି। ବିଜେପିର ଫର୍ମୁଲା ହେଉଛି ଲୋକଙ୍କୁ ଭୟଭୀତ କରିବା ଏବଂ କିଣିବା। ବିଜେପି ଏହାର ‘ଅପରେସନ ମହାରାଷ୍ଟ୍ର’ ଚେଷ୍ଟା ବିହାରରେ ଆରମ୍ଭ କରିଦେଇଛି।
ତେଜସ୍ବୀ କହିଛନ୍ତି, ବିଜେପି ଯେଉଁଠି କ୍ଷମତାରେ ନାହିଁ ସେଠାକୁ ଏହା ନିଜର ୩ ଜ୍ବାଇଁ ତଥା ସିବିଆଇ, ଇଡି ଏବଂ ଆଇଟି ବିଭାଗକୁ ପଠାଉଛି। ତେଣୁ ବିହାରରେ ମଧ୍ୟ ବିଜେପି ଏହି ଚେଷ୍ଟା ଆରମ୍ଭ କରିଛି। ଅନ୍ୟପକ୍ଷେ ଗୁରୁଗ୍ରାମରେ ଯେଉଁ ମଲ୍ରେ ଆଜି ସିବିଆଇ ଚଢ଼ଉ ହୋଇଛି ତାହା ତାଙ୍କର ନୁହେଁ ବୋଲି ତେଜସ୍ବୀ କହିଛନ୍ତି। ଦିଲ୍ଲୀରେ ବସିଥିବା ଲୋକମାନେ ବିହାରର ଭାବନାକୁ ବୁଝି ପାରିବେ ନାହିଁ । ବିଜେପିର ୩ ଜ୍ବାଇଁ ଏଠାରେ କିଛି ଭୟ ଦେଖାଇ ପାରିବେନି। ମେଣ୍ଟ ସରକାର ସ୍ଥାୟୀ ହେବ ବୋଲି ତେଜସ୍ବୀ ଦୃଢ଼ୋକ୍ତି ବାଢ଼ିଛନ୍ତ
Comments are closed.