ମାଆ ହେବେ ବିପାଶା
ବଲିଉଡ ଅଭିନେତ୍ରୀ ବିପାଶା ବସୁ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ବିବାହର ୬ ବର୍ଷ ପରେ ବିପାଶା ବସୁ ଏବଂ କରନ ସିଂ ଗ୍ରୋଭର ବାପା ମା ହେବାକୁ ଯାଉଛନ୍ତି। ଖବର ମୁତାବକ, ବିପାଶା ଗର୍ଭବତୀ ଅଛନ୍ତି ଆଉ ଖୁବଶୀଘ୍ର କରନ ଏହା ବିଷୟରେ ଫ୍ୟାନ୍ସଙ୍କୁ ଖବର ଦେଇପାରନ୍ତି। ଏ ନେଇ ଦୁହେଁ ଉତ୍ସାହିତ ରହିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଫ୍ୟାନ୍ସ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି।
ସୂଚନାଯୋଗ୍ୟ, ୨୦୧୫ରେ ବିପାଶା ଏବଂ କରନ ହରର ଫିଲ୍ମ ଆଲୋନରେ ଏକାଠି କାମ କରିଥିଲେ। ଦୁହିଁଙ୍କ ମଧ୍ୟରେ ସଂପର୍କ ଏହି ଫିଲ୍ମରୁ ଆରମ୍ଭ ହୋଇଥିଲା। ୨୦୧୬ରେ ଦୁହେଁ ବିବାହ କରିଥିଲେ। ସୋସିଆଲ ମିଡିଆରେ ଦୁହେଁ ପରସ୍ପରକୁ ପ୍ରେମ କରୁଥିବାର ଭିଡିଓ ସେୟାର କରିଥାନ୍ତି। ନିକଟରେ ୬ତମ ବିବାହ ବାର୍ଷିକୀ ଅବସରରେ ଏକ ସର୍ଟ ଭିଡିଓ ସେୟାର କରିଥିଲେ। ଭିଡିଓରେ ବିପାଶା କ୍ୟାପସନ ଲେଖିଛନ୍ତି, ମୋ ମୁହଁ ଏବଂ ମୋ ଆଖିରେ ହସ ଆଣିଦେଇଥିବାରୁ ଧନ୍ୟବାଦ। ମୁଁ ସବୁବେଳେ ତୁମକୁ ଭଲପାଉଥିବି।
Comments are closed.