ବିଗବସ୍‌ ଫେମ୍‌ ସୋନାଲୀ ଫୋଗଟଙ୍କ ମୃତ୍ୟୁ

ହରିୟାଣାର ବିଜେପି ନେତା ତଥା ବିଗ୍‌ ବସ୍‌ ଫେମ୍‌ ସୋନାଲୀ ଫୋଗଟଙ୍କ ମୃତ୍ୟୁ ହୋଇଛି। ସୋମବାର ରାତିରେ ଗୋଆରେ ହାର୍ଟ ଆଟାକ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ତାଙ୍କ ବିୟୋଗରେ କୋଟି କୋଟି ଫ୍ୟାନ୍ସ ଶୋକରେ ରହିଛନ୍ତି। ତେବେ ମୃତ୍ୟୁ ପଛରେ ଆଉ କ’ଣ କାରଣ ରହିଛି, ତାହା ଏଯାଏଁ ଜଣାପଡିନାହିଁ। ସୋନାଲୀଙ୍କ ମୃତ୍ୟୁ ବିଷୟରେ ଗୋଆ ଡିଜିପି ଜଣାଇଛନ୍ତି। କେବଳ ଏତିକି ନୁହେଁ ସୋନାଲୀ ଟିକଟକ୍‌ ଆପରେ ବେଶ୍‌ ଲୋକପ୍ରିୟ ରହିଥିଲେ।

ସୂଚନା ମୁତାବକ, ସୋନାଲୀ ଫୋଗଟ ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଗୋଆ ବୁଲିବାର ପ୍ଲାନ କରିଥିଲେ।ସୋନାଲୀ ନିଜ ସଚିବ ସୁଧୀର ସାଙ୍ଗବାନ ଏବଂ ତାଙ୍କ ଟିମ୍‌ ସହିତ ଗୋଆ ଯାଇଥିଲେ। ସୋନାଲୀ ଫୋଗଟଙ୍କ ମୃତ୍ୟୁ ଖବର ପାଇବା ପରେ ପରିବାର ଲୋକ ହରିୟାଣାର ହିସାର ଜିଲ୍ଶରେ ଭୂଥନ ଗାଁରୁ ଗୋଆକୁ ଯାଇଛନ୍ତି। ୨୦୧୬ରେ ସୋନାଲୀ ସଂଜୟ ଫୋଗଟ ହରିୟାଣାର ଫାର୍ମ ହାଉସରେ ସନ୍ଦିଗ୍ଧ ପରିସ୍ଥିତିରେ ମୃତ ଅବସ୍ଥାରେ ମିଳିଥିଲେ।

ସୋନାଲୀଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପାଖାପାଖି ୧୩ ଘଣ୍ଟା ପୂର୍ବରୁ ଏକ ଭିଡିଓ ଅପଲୋଡ କରିଥିଲେ। ଗୋଆରେ ଥିବା ବେଳେ ଏହି ଭିଡିଓ ଇନଷ୍ଟାରେ ସେୟାର କରିଥିଲେ ସୋନାଲୀ।

Comments are closed.