ସିକ୍କିମ ସରକାରଙ୍କ ବଡ ଘୋଷଣା, ଜାଣନ୍ତୁ କଣ

ନୂଆଦିଲ୍ଲୀ :ଏଣିକି ଛୁଆ ଜନ୍ମ ହେଲେ ମହିଳା ସରକାରୀ କର୍ମଚାରୀଙ୍କୁ ମିଳିବ ବର୍ଷେ ପର୍ଯ୍ୟନ୍ତ ମାତୃତ୍ୱ ଛୁଟି। ସେହିପରି ପୁରୁଷ ସରକାରୀ କର୍ମଚାରୀଙ୍କୁ ମିଳିବ ମାସେ ପର୍ଯ୍ୟନ୍ତ ପିତୃତ୍ୱ ଛୁଟି। ଏନେଇ ଏକ ବଡ଼ ଘୋଷଣା କରିଛନ୍ତି ସିକ୍କିମ ସରକାର। ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ ଏହି ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ କହିଛନ୍ତି କି ଖୁବଶୀଘ୍ର ଏହାକୁ ଆଇନରେ ପରିଣତ କରାଯିବ । ଯାହାଦ୍ୱାରା ରାଜ୍ୟରେ ହଜାର ହଜାର ମହିଳା ସରକାରୀ କର୍ମଚାରୀ ଉପକୃତ ହୋଇ ପାରିବେ।

ସିକ୍କିମ ରାଜ୍ୟ ସିଭିଲ ଅଧିକାରୀ ସଂଘର ବାର୍ଷିକ ଉତ୍ସବକୁ ସମ୍ବୋଧିତ କରିବା ଅବସରରେ ସିକ୍କିମ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଏହା ଦ୍ୱାରା ସରକାରୀ କର୍ମଚାରୀ ନିଜ ପରିବାର ଓ ପିଲାଙ୍କର ଦେଖାରଖା କରିବାର ସୁଯୋଗ ପାଇବେ । ଏନେଇ ଖୁବଶୀଘ୍ର ବିଜ୍ଞପ୍ତି ଜାରି କରାଯିବ ।

ଏହି ଘୋଷଣା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଅଧିକାରୀମାନେ ରାଜ୍ୟ ପ୍ରଶାସନର ମୁଖ୍ୟ ଅଙ୍ଗ ଅଟନ୍ତି । ସେମାନେ ସିକ୍କିମର ଲୋକଙ୍କ ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ତେଣୁ ସେମାନଙ୍କୁ ନିଜ ପରିବାରର ଯତ୍ନ ନେବା ପାଇଁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ ।

Comments are closed.