ପଡୋଶୀ ଦେଶରେ ମଧ୍ୟ ଦେଖିବାକୁ ଖାଦ୍ୟ ଅଭାବ

ନୂଆଦିଲ୍ଲୀ: ଗତ କିଛି ମାସ ମଧ୍ୟରେ ବଢୁଥିବା ଦର ଦାମ ପ୍ରଭାବରେ ଅନେକ ଦେଶରେ ଖାଦ୍ୟ ସଂକଟ ଉପଜିଛି। ପଡ଼ୋଶୀ ରାଷ୍ଟ୍ର ଶ୍ରୀଲଙ୍କାରେ ଏହି ସମସ୍ୟା ଉପୁଜିଛି ବୋଲି ଆପଣ ଜାଣିଥିବେ ନିଶ୍ଚୟ। ଏବେ ଏହି ସମାନ ସମସ୍ୟା ଦେଇ ଗତି କରୁଛି ଅନ୍ୟ ଏକ ପଡ଼ୋଶୀ ରାଷ୍ଟ୍ର ଭୁଟାନ। ବିଶେଷ କରି ଭୁଟାନର ଗ୍ରାମୀଣ ଅଞ୍ଚଳର ଲୋକେ ଖାଇବା ଓ ପିଇବା ସାମଗ୍ରୀର ଅଭାବ ଅନୁଭବ କରୁଛନ୍ତି ବୋଲି ଖବର ହସ୍ତଗତ ହୋଇଛି।

ଆପଣ ଜାଣିଥିବେ ନିଶ୍ଚୟ ଯେ ଭୁଟାନର ଲୋକସଂଖ୍ୟା ୮ ଲକ୍ଷରୁ ବି କମ୍‌। ଦେଶ‌ଟି ଛୋଟ ହୋଇଥିଲେ ବି ରୁଷ-ୟୁକ୍ରେନ୍‌ ଯୁଦ୍ଧର ପ୍ରଭାବ ଏହି ଦେଶ ଉପରେ ଖୁବ୍ ଜୋର୍‌ରେ ପଡ଼ିଛି। ପ୍ରାୟ ୩ ମାସରୁ ଅଧିକ ସମୟ ଧରି ଏହି ଯୁଦ୍ଧ ଚାଲି ରହିଥିବା ବେଳେ ତେଲ୍‌, ଶସ୍ୟ ଓ ଅନ୍ୟାନ୍ୟ ସାମଗ୍ରୀର ଦର ଆକାଶ ଛୁଆଁ ପାଲଟିଛି

Comments are closed.