ପ୍ରସିଦ୍ଧ ସନ୍ତୁର ବାଦକଙ୍କ ପରଲୋକ
ଗୁରୁଗାଁଓ: ପ୍ରସିଦ୍ଧ ସନ୍ତୁର ବାଦକ ତଥା ସଙ୍ଗୀତକାର ପଣ୍ଡିତ ଭଜନ ସୋପାରିଙ୍କ ଗୁରୁବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ଗୁରୁଗାଁଓର ଫୋର୍ଟିସ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଉଥିଲା। ସେଠାରେ ହିଁ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ଅବର୍ତ୍ତମାନ ଶାସ୍ତ୍ରୀୟ ସଙ୍ଗୀତ ପାଇଁ ଏକ ବଡ଼ କ୍ଷତି।
ଭଜନ ସୋପାରି ୧୯୪୮ରେ ଶ୍ରୀନଗରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ସମ୍ପୂର୍ଣ୍ଣ ନାମ ଭଜନ ଲାଲ ସୋପୋରି ଏବଂ ତାଙ୍କ ପିତା ପଣ୍ଡିତ ଏସଏନ ସୋପୋରି ମଧ୍ୟ ଜଣେ ସନ୍ତୁର ବାଦକ ଥିଲେ। ଭଜନ ସୋପୋରି ତାଙ୍କ ଜେଜେବାପା ଏସସି ସୋପୋରି ଏବଂ ପିତାଙ୍କଠାରୁ ସନ୍ତୁର ଜ୍ଞାନ ପାଇଥିଲେ। ସେ ଇଂରାଜୀ ସାହିତ୍ୟରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ଏହା ପରେ ସେ ୱାଶିଂଟନ ବିଶ୍ୱବିଦ୍ୟାଳୟରୁ ୱେଷ୍ଟର୍ଣ୍ଣ କ୍ଲାସିକାଲ ମ୍ୟୁଜିକ ମଧ୍ୟ ଅଧ୍ୟୟନ କରିଥିଲେ। ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା।
Comments are closed.