ବରୁଣ ମାରିଲେ ତେର୍ଚ୍ଛା ବାଣ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ପୁଣିଥରେ ବାଣ ମାରିଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧି। ଏଥିର ସେ ଅଗ୍ନିବୀରଙ୍କ ପେନସନ ପ୍ରସଙ୍ଗ ଉଠାଇଛନ୍ତି। ଅଗ୍ନିପଥ ଯୋଜନାରେ ଯୁବକମାନଙ୍କୁ ସେନା ବାହିନୀରେ ମାତ୍ର ୪ ବର୍ଷ ପାଇଁ କାମ କରିବାର ସୁଯୋଗ ମିଳିବ। ଏହାପରେ ସେମାନଙ୍କୁ ପେନସନ ମଧ୍ୟ ମିଳିବ ନାହିଁ। ଅଗ୍ନିବୀରଙ୍କୁ କାହିଁକି ପେନସନ ମିଳିବ ନାହିଁ ବୋଲି ଶ୍ରୀ ଗାନ୍ଧି ପ୍ରଶ୍ନ କରିଛନ୍ତି।
ବିଜେପି ସାଂସଦ ବରୁଣ ଗାନ୍ଧି କହିଛନ୍ତି, “ଅଳ୍ପ ସମୟ ପାଇଁ ସେବା କରିବାକୁ ଥିବା ଅଗ୍ନିବୀରମାନେ ପେନସନ ପାଇବାର ହକଦାର ନୁହନ୍ତି। କିନ୍ତୁ ଜନ ପ୍ରତିନିଧିମାନଙ୍କୁ ଏହି ପେନସନ ସୁବିଧା କାହିଁକି? ଦେଶର ସୁରକ୍ଷା କରୁଥିବା ଲୋକମାନେ ଯଦି ପେନସନ ପାଇବାକୁ ଯୋଗ୍ୟ ନୁହନ୍ତି, ତା’ହେଲେ ମୁଁ ମୋ ନିଜ ପେନସନ ଛାଡ଼ିବାକୁ ପ୍ରସ୍ତୁତ ଅଛି। କ’ଣ ଆମେ ବିଧାୟକ ଓ ସାଂସଦମାନେ ନିଜର ପେନସନ ଛାଡ଼ି ଅଗ୍ନିବୀରମାନଙ୍କୁ କେମିତି ପେନସନ ମିଳିବ, ସେକଥାକୁ ସୁନିଶ୍ଚିତ କରିପାରିବା ନାହିଁ?”
Comments are closed.