ଅଂଶୁଘାତ ସତର୍କତା କରାଇଲେ ରାଜ୍ୟ ସରକାର

କଟକ :ବାରବାଟୀ ଦର୍ଶକଙ୍କ ପାଇଁ ଅଂଶୁଘାତ ସତର୍କତା। ଖେଳ ଦେଖିବାକୁ ଆସୁଥିବା ଦର୍ଶକଙ୍କୁ ସତର୍କ ରହିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଷ୍ଟାଡିୟମକୁ ଶ୍ରୁଙ୍ଖଳିତ ଭାବେ ଧାଡ଼ିରେ ପ୍ରବେଶ କରନ୍ତୁ। ସାଙ୍ଗରେ ରୁମାଲ, ଗାମୁଛା ରଖିବା ସହ ଧଳା ବା ହାଲକା ରଙ୍ଗର ପୋଷାକ, ଟୋପି ଏବଂ ଢିଲା ପୋଷାକ ପରିଧାନ କରନ୍ତୁ ।

ପ୍ରଚୁର ମାତ୍ରାରେ ପାଣି ପିଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। କୌଣସି ପ୍ରକାର ନିଶାଦ୍ରବ୍ୟ ସେବନରୁ ବିରତ ରୁହନ୍ତୁ । ଷ୍ଟାଡିୟମ ଭିତରେ ପ୍ରବେଶ କରିବା ସମୟରେ ମାସ୍କ ନିଶ୍ଚୟ ଭଲ ଭାବେ ପିନ୍ଧନ୍ତୁ । ଯେହେତୁ ଷ୍ଟାଡିୟମ ଭିତରକୁ ପାଣି ବୋତଲ ନେବାକୁ ବାରଣ କରଯାଇଛି, ତେଣୁ ଦର୍ଶକ  ଅଂଶୁଘାତ ପ୍ରତି  ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

Comments are closed.