ବ୍ୟାଙ୍କ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କା
ହରଭଙ୍ଗା: ପୁଲିସକୁ ଖୋଲାଚ୍ୟାଲେଞ୍ଜ ଦେଇ ଲୁଟେରାଦଳ ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ଚୋରି ଘଟଣା ଚଳେଇଥିବା ବେଳେ ପୁଲିସ ଲୁଟେରାମାନଙ୍କ ଟେରପାଉନାହିଁ। ଗତ ବୁଧୁବାର ରାତିରେ ପୁରୁଣାକଟକ ଏବଂ ହରଭଙ୍ଗା ଥାନା ଅଞ୍ଚଳରେ ପୁଣି ଦୁଇ ଦୁଇଟି ଚୋରି ଓ ଡକାୟତି ଘଟଣା ସାମନାକୁ ଆସିଛି। ଗତ ରାତିରେ ଡକାୟତି ଦଳ ପୁରୁଣାକଟକ ଥାନା ଅର୍ନ୍ତଗତ ମାଧପୁରସ୍ଥିତ ଉତ୍କଳ ଗ୍ରାମ୍ୟବ୍ୟାଙ୍କରୁ ଲକରଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଇଥିବା ଜଣାପଡିଛି।
ଏହି ଘଟଣାରେ ପୁଲିସ ସନ୍ଦେହରେ ଜଣଙ୍କୁ ଥାନାକୁ ଆଣି ପଚରାଉଚରା ଚଳାଇଥିବା ଜଣାପଡ଼ିଛି। ତଦନ୍ତ ପ୍ରଭାବିତ ହେବା ଆଶଙ୍କାରେ ପୁଲିସ କୌଣସି ସୂଚନା ଦେଇନାହିଁ। ଗତ ରାତିରେ ସେହିପରି ସମାନ ଢଙ୍ଗରେ ହରଭଙ୍ଗା ଥାନା ଅର୍ନ୍ତଗତ ଛତ୍ରଙ୍ଗ ପଞ୍ଚାୟତର କଣ୍ଠିପଦର ଗ୍ରାମର ଛବି ବେହେରାଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଏବଂ ଟଙ୍କା ଲୁଟ ହୋଇଥିବା ଭଳି ଖବର ହସ୍ତଗତ ହୋଇଛି।
Comments are closed.