ଶୁଣିଲେନି ସରକାର ନିଜ ପାଇଁ ନିଜେ କଲେ ପୋଲ

ବାଲିଗୁଡ଼ା : ବାରମ୍ୱାର ଗୁହାରି କରି ଶୁଣିଲେନି ରାଜ୍ୟ ସରକାର। ଅବ୍ୟବସ୍ଥା, ଅବହେଳା ଓ ଅଣଦେଖାରେ ଅତିଷ୍ଠ ହୋଇ ଶେଷରେ ଗାଁ ଲୋକେ ନିଜେ ବାହାର କଲେ ସମାଧାନର ରାସ୍ତା। ନିଜସ୍ୱ ଉଦ୍ୟମରେ ନଦୀ ଉପରେ ତିଆରି କଲେ ଝୁଲା ପୋଲ। ଆଉ ଯେଉଁ ଜନ ପ୍ରତିନିଧିଙ୍କୁ ଗୁହାରି କରୁଥିଲେ, ତାଙ୍କୁ ଡାକି ଲୋକାର୍ପିତ କରାଇଲେ। ଏପରି ଚିତ୍ର ଆସିଛି କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକ୍‌ ଅଞ୍ଚଳରୁ।

କ.ନୂଆଗାଁ ବ୍ଲକ ଗୁଞ୍ଜିବାଡ଼ି ପଞ୍ଚାୟତର ଟପେରିକିଆ, ପାତ୍ରସାହି, ପୁରୁଣା ସାହି ଓ ତଗାକଲା। ଏହି ସବୁ ଗାଁର ଗୋଟିଏ ପାର୍ଶ୍ୱରେ ଗ୍ରାମ୍ୟ ଜଙ୍ଗଲ ଥିବା ବେଳେ ଅନ୍ୟ ପାଖରେ ବୋହି ଯାଇଛି କାଲିପେନୁ ନଦୀ। ଲୋକ ସଂଖ୍ୟା ୩୦୦ରୁ ଅଧିକ ହେବ। ସମସ୍ତେ ପ୍ରାୟ ଚାଷବାଷ କରି ପରିବାର ଭରଣ ପୋଷଣ କରନ୍ତି। ଏମାନଙ୍କ ବଡ଼ ଦୁଃଖ ହେଉଛି କାଲିପେନୁ ନଦୀ। ଗ୍ରୀଷ୍ମ ଋତୁରେ ଶୁଖିଲା ନଦୀରେ ପଶି ଗାଁ ଲୋକେ ଯିବାଆସିବା କରୁଥିଲେ। ହେଲେ ବର୍ଷା ଋତୁ ଆସିଲେ କଥା ସରିଲା।

Comments are closed.