ଟ୍ରେନ୍ ସିଟ୍ ତଳୁ ନବଜାତ ଶିଶୁ ଉଦ୍ଧାର

ପୁରୀ : ଟ୍ରେନ୍ ସିଟ୍ ତଳୁ ନବଜାତ ଶିଶୁ ଉଦ୍ଧାର। ପୁରୀ ଆରପିଏଫ ଦ୍ୱାରା ଉଦ୍ଧାର ହୋଇଛି ଏହି ନବଜାତ ଶିଶୁ। ଆଜି ପୁରୀ ରେଳଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ଛିଡା ହୋଇଥିବା ତପସ୍ଵିନୀ ଏକ୍ସପ୍ରେସର ଏକ ବଗି ଭିତର ସିଟ୍ ତଳୁ ଏହି ନବଜାତ ଶିଶୁକୁ ଉଦ୍ଧାର କରାଯାଇଛି। ଆରପିଏଫ୍ ପକ୍ଷରୁ ଯାଞ୍ଚ ଚାଲିଥିବା ବେଳେ ବଗି ଭିତରେ ଶିଶୁ କାନ୍ଦ ଶୁଣିବାକୁ ମିଳିଥିଲା। ଆରପିଏଫ୍ କର୍ମଚାରୀ ଯାଇ ଦେଖନ୍ତି ଏକ ଶିଶୁକୁ କେହି ସିଟ୍ ତଳେ ଛାଡ଼ି ଦେଇ ଚାଲିଯାଇଛନ୍ତି।

ଉଦ୍ଧାର ପରେ ଶିଶୁକୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ କରାଯାଇଛି ଭର୍ତ୍ତି। ଶୁଶୁ ପାଖରେ ଆରପିଏଫ ଓ ଚାଇଲ୍ଡ ଲାଇନ୍ ଷ୍ଟାଫ୍ ମୁତୟନ ରହିଛନ୍ତି।

Comments are closed.