କାହିଁକି ଥାଳିରେ ଏକାସାଙ୍ଗରେ ଦିଆଯାଏ ନାହିଁ ୩ଟି ରୁଟି

ଭୁବନେଶ୍ୱର ୨୦/୦୫ : ଯ୍ୟୋତିଷ ଶାସ୍ତ୍ରରେ ବହୁତ ଜିନିଷର ମାନ୍ୟତା ରହିଛି । ଯାହାକୁ ବହୁତ କମ ଲୋକ ଜାଣିଛନ୍ତି । ଏପରି ଏକ ବିଶ୍ୱାସ ରହିଛି ଯେ ଥାଳିରେ ଖାଇବାକୁ ଦେବାବେଳେ ୩ଟି ରୁଟି ଏକା ସାଙ୍ଗରେ ଦିଆଯାଏ ନାହିଁ। ।ଏପରି ଆମେ ବହୁତ ଦିନରୁ ଶୁଣି ଆସୁଛୁ। କିନ୍ତୁ କାହିଁକି ଏକାଥରେ ୩ଟି ରୁଟି ଦିଆଯାଏ ନାହିଁ ତାହାକୁ ବହୁତ କମ୍‌ଲୋକ ଜାଣିଥାଆନ୍ତି। ତାହେଲେ ଆସନ୍ତୁ ଜାଣିବା ଏହା ପଛର କାରଣ।

ଯ୍ୟୋତିଷ ଶାସ୍ତ୍ରରେ ସଂଖ୍ୟା ୩ କୁ ବହୁତ ଅଶୁଭ ବୋଲି କୁହାଯାଏ। ବିଶ୍ୱାସ ଅନୁସାରେ ସଂଖ୍ୟା ୩ କୁ ପୂଜା ପାଠ ଓ ସାଧାରଣ ଜୀବନରୁ ଦୁରେଇ ରଖାଯାଏ। ଯାହାଫଳରେ ଏହାର ଖରାପ ପ୍ରଭାବ ଆମ ଜୀବନରେ ବହୁତ କମ୍‌ ପଡିଥାଏ। ବିଶ୍ୱାସ ରହିଛିଯେ ମୃତକ ବ୍ୟକ୍ତିଙ୍କ ପାଇଁ ଖାଦ୍ୟ ବାଢ଼ିବା ବେଳେ ତାଙ୍କ ଥାଳିରେ ୩ଟି ରୁଟି ଦିଆଯାଇଥାଏ। ସେଥିପାଇଁ ଜୀବିତ ବ୍ୟକ୍ତିଙ୍କୁ ଖାଇବାକୁ ଦେବା ବେଳେ ୩ଟି ରୁଟି ଦିଆଯାଏ ନାହିଁ। ସେଥିପାଇଁ ଆପଣ ଥାଳିରେ ଏକାଥରେ ୪-୫ଟି ପୁରୀ କିମ୍ୱା ରୁଟି ଦେଇ ପାରିବେ। କିନ୍ତୁ ୩ଟି ରୁଟି କେବେବି ଦିଅନ୍ତୁ ନାହିଁ

Comments are closed.