କଂଗ୍ରେସ ଉପରେ ବର୍ଷିଲେ ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ସେନାକୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଅପମାନିତ କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିବା ପରେ ବିଶ୍ବଶର୍ମା ଏହାର ଜବାବ ରଖିଛନ୍ତି। ଏକ୍ସ (ପୂର୍ବର ଟ୍ବିଟର)ରେ ପୋଷ୍ଟ କରି ରବିବାର ବିଶ୍ବ ଶର୍ମା ତାଙ୍କ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ରଖିବା ସହିତ ମଣିପୁର ପ୍ରସଙ୍ଗରେ ଏକ କ୍ଲିପ ସେୟାର କରିଛନ୍ତି। ସେହି କ୍ଲିପରେ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ରାହୁଲ ଗାନ୍ଧିଙ୍କ ଉପରେ ଏକ ପ୍ରଶ୍ନ ପଚରାଯାଇଥିଲା। ମଣିପୁରରେ ଯାହାସବୁ ଘଟୁଛି ଭାରତୀୟ ସେନା ଦୁଇଦିନରେ ତାହାକୁ ରୋକିପାରିବେ ବୋଲି ରାହୁଲ ଗାନ୍ଧି କହିଥିଲେ। ଏଥିସହିତ ରାହୁଲ କହିଥିଲେ ପ୍ରଧାନମନ୍ତ୍ରୀ ମଣିପୁର ନଯାଇ ପାରିବାର କାରଣ ରହିଛି। ମୁଁ ସେଗୁଡ଼ିକ ସର୍ବସାଧାରଣରେ କହିବାକୁ ଚାହେନାହିଁ।

‌ ତେବେ ଶ୍ରୀ ବିଶ୍ବ ଶର୍ମା କହିଛନ୍ତି ଏହା ଭୁଲ କଥା। ଭାରତୀୟ ବାୟୁସେନା ଆଇଜଲରେ ତାହା କରିଥିଲା। ସେମାନେ ବୋମା ପକାଇଥିଲେ ଏବଂ ହିଂସା କମି ଯାଇଥିଲା। ଆଜି ରାହୁଲ ଗାନ୍ଧି କହୁଛନ୍ତି ଭାରତୀୟ ସେନା ହିଂସାକୁ ବନ୍ଦ କରିବା ଉଚିତ। ଅର୍ଥାତ ସେନା ସାଧାରଣ ନାଗରିକଙ୍କ ଉପରେ ଗୁଳି ଚଳାଇବା ଉଚିତ। ଏହା ତାଙ୍କ ପରାମର୍ଶ ତ? ସେ ଏପରି କିଭଳି କହିପାରୁଛନ୍ତି? ସେନା କିଛି ସମାଧାନ କରିବାରେ ସମର୍ଥ ହେବନାହିଁ। କୌଣସି ଏକ ପରିସ୍ଥିତିରେ ସେନା କେବଳ ସାମୟିକ ଶାନ୍ତି ଆଣିପାରିବ। କିନ୍ତୁ ସମାଧାନ ହୃଦୟରୁ ଆସିବା ଉଚିତ, ବନ୍ଧୁକରୁ ନୁହେଁ ବୋଲି ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.