ଉଦୟପୁର ଯିବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍
ରାଜସ୍ଥାନ: ଆଜି ଉଦୟପୁର ଯିବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ । ମୁଖ୍ୟମନ୍ତ୍ରୀଙ୍କ ସହ ଗୃହରାଜ୍ୟ ମନ୍ତ୍ରୀ ଓ ପୋଲିସ ଡିଜି ମଧ୍ୟ ଉଦୟପୁର ଯିବେ । ଦରଜୀ କହ୍ନୈୟାଲାଲଙ୍କ ପରିବାର ଲୋକଙ୍କ ସହ ଭେଟି ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ଏହା ପୂର୍ବରୁ ଗତକାଲି ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକିଥିଲେ । ସବୁ ଦଳ ଶାନ୍ତି ବଜାୟ ରଖିବା ପାଇଁ ଅପିଲ କରିଥିଲେ ମୁଖ୍ୟମନ୍ତ୍ରୀ ।
ରାଜସ୍ଥାନ ସରକାର କହ୍ନୈୟାଲାଲଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବ । ଏହା ସହ ତାଙ୍କ ଦୁଇ ପୁଅଙ୍କୁ ସରକାରୀ ଚାକିରି ଦିଆଯିବ । କହ୍ନୈୟାଲାଲଙ୍କୁ ହତ୍ୟା ଘଟଣାରେ ପାକିସ୍ତାନ ଲିଙ୍କ ସାମ୍ନାକୁ ଆସିଛି । ହତ୍ୟାକାରୀ ପାକିସ୍ତାନ ପାଇଁ ଜଣେ ମୌଲାନାଙ୍କଠାରୁ ପ୍ରଶିକ୍ଷଣ ନେଇଥିବା ଜଣାପଡ଼ିଛି । ଦୁଇ ଅଭିଯୁକ୍ତ କରାଚିରେ ପ୍ରଶିକ୍ଷଣ ନେଇଥିଲେ ।
୨୦୧୪-୧୫ରେ ଉଭୟ ନେପାଳ ରାସ୍ତା ଦେଇ ପାକିସ୍ତାନ ଯାଇଥିଲେ । ସେଠାରେ ଜଣେ ମୌଲାନାଙ୍କଠାରୁ ୧୫ ଦିନ ପ୍ରଶିକ୍ଷଣ ନେଇଥିଲେ । ଏବେ ଏହି ହତ୍ୟାକାଣ୍ଡର ତଦନ୍ତଭାର ଏନ୍ଆଇଏ ନିଜ ହାତକୁ ନେଇଛି । ଏନ୍ଆଇଏ ୮ରୁ ୧୦ଟି ମୋବାଇଲ ନମ୍ବର ଟ୍ରେସ୍ କରୁଛି । ଏହି ନମ୍ବର ଗୁଡିକର ଲୋକେସନ୍ ଭାରତ ଏବଂ ପାକିସ୍ତାନରେ ଥିବା ଦେଖାଉଛି ।
Comments are closed.