ମୁଖ୍ୟମନ୍ତ୍ରୀ ଭାଇଙ୍କ ଘରେ ସିବିଆଇ
ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟଙ୍କ ଭାଇ ଅଗ୍ରସେନ ଗେହଲେଟଙ୍କ ଘରେ ଆଜି କେନ୍ଦ୍ରୀୟ ତଦନ୍ତ ସଂସ୍ଥା(ସିବିଆଇ) ପକ୍ଷରୁ ରେଡ୍ କରାଯାଇଛି। ଜୋଧପୁରର ଅଗ୍ରସେନଙ୍କ ଘରେ ଏହି ରେଡ୍ ହୋଇଛି। ଅଗ୍ରସେନ ହେଉଛନ୍ତି ଜଣେ ସାର କମ୍ପାନୀର ମାଲିକ। ସାର ଦୁର୍ନୀତି ମାମଲାରେ ସିବିଆଇ ଆଜି ତାଙ୍କ ଘରେ ଚଢ଼ାଉ କରିଥିବା ବେଳେ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଚଢ଼ାଉ କରିଥିଲା।
ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଇଡି ପକ୍ଷରୁ ଜେରା କରାଯାଉଥିବା ବେଳେ ଏହାକୁ ଦେଶବ୍ୟାପି କଂଗ୍ରେସ କର୍ମୀମାନେ ବିରୋଧ କରିଛନ୍ତି। ଏହା ପରେ ଉପରୋକ୍ତ ମାମଲା ସାମ୍ନାକୁ ଆସିଛି। ଅଗ୍ରସେନ ଗେହଲେଟ ସବସିଡ୍ ସ୍ୱୀକୃତ ସାର ଗୁଡ଼ିକୁ ରପ୍ତାନୀ କରିଥିବା ଅଭିଯୋଗ ହୋଇଛି। ୨୦୦୭ରୁ ୨୦୦୯ ମଧ୍ୟରେ କେନ୍ଦ୍ରରେ ୟୁପିଏ ସରକାର ଥିବା ବେଳେ ଏହି ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି। ମିଳଥିବା ସୂଚନା ଅନୁଯାୟୀ ୨୦୦୭ରୁ ୨୦୦୯ ମଧ୍ୟରେ ପଟାସ ସାର ଚାଲାଣରେ ବ୍ୟାପକ ହେରଫେର ହୋଇଛି ।
Comments are closed.