ଆସାମରେ ବନ୍ୟା ସ୍ଥିତି ଭୟଙ୍କର

ନାଗାଁଓ: ଆସାମର ନାଗାଁଓ ଜିଲ୍ଲା ବନ୍ୟା ପ୍ଳାବିତ ହେବା ଯୋଗୁଁ ୫.୦୩ ଲକ୍ଷ ଜନତା ପ୍ରଭାବିତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ନଦୀବନ୍ଧ ଓ ରାଜପଥ ଉପରେ ଆଶ୍ରୟ ନେଇଛନ୍ତି ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପ‌ୋର୍ଟ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ଘରେ ବଢ଼ିପାଣି ପଶିଥିବାରୁ ଲୋକେ ରାଜପଥ ଉପରେ ତମ୍ବୁ ଟାଣି ରହିଛନ୍ତି। ବନ୍ୟା ଯୋଗୁଁ ରାହା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୫୫ ଗ୍ରାମର ପ୍ରାୟ ୧.୪୨ ଜନତା ବିଶେଷ ପ୍ରଭାବିତ ହୋଇଛନ୍ତି।

ଅବସ୍ଥା ଏମିତି ହୋଇଛି ଯେ, ନାଗାଁଓ ଜିଲ୍ଲାର ପିଲାଏ ରିଲିଫ୍‌ ଶିବିରରେ ଆୟୋଜିତ ପ୍ରାକ୍‌-ସ୍କୁଲ୍‌ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରୁଛ ନ୍ତି।

‘ସମନ୍ବିତ ଶିଶୁ ବିକାଶ ସେବା’ର ସୁପର୍‌ଭାଇଜର୍‌ ଏନ୍‌.ପି. ଦୋଲେ ଗଣମାଧ୍ୟମକୁ କହିଛନ୍ତି, ରିଲିଫ୍‌ ଶିବିରରେ ଆମେ ପିଲାମାନଙ୍କୁ ପ୍ରଭାତ ପ୍ରାର୍ଥନା, ବ୍ୟାୟାମ, ଚିତ୍ରାଙ୍କନ ଭଳି ପ୍ରାକ୍‌-ସ୍କୁଲ୍‌ କାର୍ଯ୍ୟକଳାପରେ ଅଂଶ ଗ୍ରହଣ କରାଉଛୁ। ଆଗରୁ କେନ୍ଦ୍ରମନ୍ତ୍ରୀ ସର୍ବଣାନନ୍ଦ ସୋନୋୱାଲ୍‌ ଏହି ଶିବିର ପରିଦର୍ଶନ କରିଛନ୍ତି।

Comments are closed.