ଡ୍ରଗ୍ସ ମାମଲାରେ ମୁହଁ ଖୋଲିଲେ ଆର୍ଯ୍ୟନ

ମୁମ୍ବାଇ: ଗତବର୍ଷ ଡ୍ରଗ୍ସ ମାମଲରେ ଛନ୍ଦି ହୋଇ ଗିରଫ ହୋଇଥିଲେ ବଲିଉଡର କିଙ୍ଗ ଖାନ୍‌ ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍‌ ଖାନ। ତାଙ୍କ ସମେତ ୧୯ ଜଣଙ୍କୁ ଡ୍ରଗ୍ସ କାରବାର ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗିରଫ କରିଥିଲା। ଅକ୍ଟୋବର ୨ ତାରିଖରେ ମୁମ୍ବାଇରୁ ଗୋଆ ଯାଉଥିବା ଏକ କ୍ରୁଜରୁ ଡ୍ରଗ୍ସ ଜବତ ହୋଇଥିଲା। ଏହି ମାମଲାରେ ଆର୍ଯ୍ୟନ ଖାନ୍‌ ଏବଂ ଅନ୍ୟ ୫ ଜଣଙ୍କୁ ଏନ୍‌ସିବି ଗିରଫ କରିଥିଲା। ତେବେ ଡ୍ରଗ୍ସ ମାମଲାରେ ଗିରଫ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଆର୍ଯ୍ୟନ ଖାନ୍‌। ଏକ ସାକ୍ଷାତକାର୍‌ରେ ଆର୍ଯ୍ୟନ ନିଜ ମନ କଥା ବଖାଣିଛନ୍ତି।

ଏନସିଆଇର ଡେପୁଟି ଡାଇରେକ୍ଟର ଜେନେରାଲ୍ (ଅପରେସନ୍ସ) ସଞ୍ଜୟ ସିଂ ହିଁ ଏସଆଇଟିର ମୁଖ୍ୟ ଥିଲେ। ସେ ହିଁ ଆର୍ଯ୍ୟନ ଖାନ୍‌ଙ୍କ ଇଣ୍ଟରଭ୍ୟୁ ନେଇଥିଲେ। ଏହି ଇଣ୍ଟରଭ୍ୟୁ ବେଳେ ଆର୍ଯ୍ୟନ୍ ଖାନ୍ ସଞ୍ଜୟ ସିଂଙ୍କୁ ପଚାରିଥିଲେ ସାର୍, ଆପଣ ମୋତେ ଏକ ଆନ୍ତର୍ଜାତୀୟ ଡ୍ରଗ୍ ବେପାରୀର ଆଖ୍ୟା ଦେଇଛନ୍ତି । ମୁଁ ଡ୍ରଗ୍ସରେ ଟଙ୍କା ବିନିଯୋଗ କରୁଛି, ଏହା ଦର୍ଶାଯାଇଛି, ଆପଣଙ୍କ ଦ୍ୱାରା ଲଗାଯାଇଥିବା ଚାର୍ଜଗୁଡ଼ିକ ଅବୈଧ ନୁହେଁ କି? ସେମାନେ ମୋ ଠାରୁ ଡ୍ରଗ୍ସ ପାଇନଥିଲେ, ତଥାପି ସେମାନେ ମୋତେ ଗିରଫ କଲେ। ସାର୍, ତୁମେ ମୋ ସହିତ ବହୁତ ଭୁଲ୍ କରିଛ ଏବଂ ମୋର ପ୍ରତିଷ୍ଠାକୁ ନଷ୍ଟ କରିଛ। ମୋତେ ଏତେ ସପ୍ତାହ ଧରି ଜେଲରେ ରଖାଯାଉଥିଲା, କଣ ପ୍ରକୃତରେ ମୁଁ ଏହି ଦଣ୍ଡ ଭୋଗିବାକୁ ଯୋଗ୍ୟ କି?

ଇଣ୍ଡିଆ ଟୁଡେର ମାଗାଜିନର କଭର ଷ୍ଟୋରୀରେ ସଞ୍ଜୟ ସିଂହ ଆର୍ଯ୍ୟନ ଖୋନ୍‌ଙ୍କ ସହ ହୋଇଥିବା ବାର୍ତ୍ତାଳାପ ବିଷୟରେ କହିଛନ୍ତି। ମାଗାଜିନରେ ‘ଲେସନ୍ସ ଫର ଦ ଆର୍ଯ୍ୟନ ଖାନ କେସ୍‌’କୁ ଇଣ୍ଡିଆ ଟୁଡେ ଗ୍ରୁପର ଏଡିଟୋରିଆଲ ଡାଇରେକ୍ଟର ରାଚ ଚେଙ୍ଗପ୍ପା ଲେଖିଛନ୍ତି। ରାଜ ଚେଙ୍ଗପ୍ପାଙ୍କୁ ଦେଇଥିବା ସାକ୍ଷାତକାରରେ ସଞ୍ଜୟ ସିଂହ ସ୍ୱୀକାର କରିଛନ୍ତି ଯେ ମୋତେ ବିଶ୍ୱାସ ନଥିଲା ଯେ, ଆର୍ଯ୍ୟନ୍ ଖାନ ଡ୍ରଗ୍ସ ସହ ଜଡିତ ଥିବେ।

କୁହାଯାଉଥିଲା ଯେ, ଏହି ମାମଲାରେ ଗିରଫ ହୋଇଥିବା ସମସ୍ତ ନିକଟରୁ ଡ୍ରଗ୍ସ ମିଳିଛି ଏବଂ ଆର୍ଯ୍ୟନ ଖାନ୍‌ଙ୍କ ଅନ୍ତର୍ଜାତୀୟ ଡ୍ରଗ୍ସ ପେଡଲରଙ୍କ ସହ ସମ୍ପର୍କ ରହିଛି। ଏହି ମାମଲାରେ ଗତ ବର୍ଷ ଅକ୍ଟୋବର ମାସରେ ପ୍ରାୟ ୨୦ ଦିନ ଆର୍ଯ୍ୟନ ଜେଲ ଭିତରେ ରହିଥିଲେ। ପରେ ଅକ୍ଟୋବର ୨୮ରେ ତାଙ୍କୁ ଜାମିନ ମିଳିଥିଲା। ତେବେ ୨୦୨୨ ମେ’ ୨୮ରେ ଆର୍ଯ୍ୟନ ଖାନଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଭୁଲ୍‌ ପ୍ରମାଣିତ ହୋଇଥିଲା। ୨୪ ବର୍ଷୀୟ ଆର୍ଯ୍ୟନଙ୍କୁ ଏହି ମାମଲାରେ ଅଶ୍ୱସ୍ତି ମିଳିବା ସହ ଏନ୍‌ସିବି ତାଙ୍କୁ କ୍ଲିନଚିଟ୍‌ ଦେଇଥିଲା।

Comments are closed.