ସୁନ୍ଦରୀ ହୋଇଥିବାରୁ ଗିରଫ !
ଆମେରିକାର ଲସଭେଗାସ ବିମାନବନ୍ଦରରେ ଥିବା ଗୋଟିଏ ରେସ୍ତୋରାଁରେ ଜଣେ ମହିଳା ଯାତ୍ରୀ ଖାଦ୍ୟ ଖାଇଲେ । ବିଲ ଆସିବା ପରେ ଟଙ୍କା ନଦେଇ ଓଲଟା ଯୁକ୍ତିତର୍କ କଲେ । ଶେଷରେ ଟଙ୍କା ନଦେଇ ସେ ସେଠାରୁ ଚାଲି ଆସିଲେ ।
ରେସ୍ତୋରାଁ କର୍ମଚାରୀ ତୁରନ୍ତ ପୁଲିସରେ ଅଭିଯୋଗ କରି ମହିଳାଙ୍କ ବିବରଣୀ ଦେଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସେହି ମହିଳା ଜଣଙ୍କ ଅନ୍ୟ ଏକ କାଣ୍ଡ କରିଥିଲେ । ଚେକ୍-ଇନ୍ ସମୟରେ କର୍ତ୍ତୃପକ୍ଷଙ୍କୁ ଗାଳିଗୁଲଜ କରୁଥାନ୍ତି ।
ପୁଲିସ ତାଙ୍କର ଏଭଳି ବ୍ୟବହାର ପାଇଁ ଗିରଫ କରିବାରୁ ତାଙ୍କ ଦୁର୍ବ୍ୟହାର ବଢ଼ିଲା । ବଡ଼ ପାଟିରେ ସେ ଚିତ୍କାର କରି କହିଲେ, ସେ ବହୁତ ସୁନ୍ଦରୀ! ସେଥିପାଇଁ ପୁଲିସ ତାଙ୍କୁ ଗିରଫ କରୁଛି ।
ଘଟଣାସ୍ଥଳରେ ଥିବା ଅନ୍ୟ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହେଲେ । ପୁଲିସ ଗାଡ଼ିରେ ବସିବା ପର୍ଯ୍ୟନ୍ତ ସେହି ଗୋଟିଏ କଥା ସେ ବାରମ୍ବାର କହୁଥାନ୍ତି, ସୁନ୍ଦରୀ ହୋଇଥିବାରୁ ତାଙ୍କୁ ଗିରଫ କରାଗଲା ।
Comments are closed.