ଜେଲରେ ସୁଖ କରୁଛନ୍ତି ଆପ ମନ୍ତ୍ରୀ

ନୂଆଦିଲ୍ଲୀ:ଜେଲ୍ ଭିତରୁ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଭିଡିଓ। ଗତକାଲି ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ସହ ମିଟିଂ କରୁଥିବା ଭିଡିଓ ସାମ୍ନକୁ ଆସିଥିଲା। ଆଜି ସତ୍ୟେନ୍ଦ୍ରଙ୍କ ସେଲ୍ ଭିତରେ ୧୦ କର୍ମଚାରୀ ତାଙ୍କ ସେବା କରୁଥିବା ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓକୁ ବିଜେପି ଶେଆର କରି ପୁଣି ଥରେ ଆପ୍‌କୁ ଟାର୍ଗେଟ୍ କରିଛି।

ଭିଡିଓରେ କିଛି କର୍ମଚାରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କ ସେଲ୍ ଭିତରର ସଫ ସୁତୁରା କରୁଥିବା ଦେଖିବାକୁ ମିଳିଛି। ଦୁଇ ଜଣ ତଳେ ପୋଛା ମାରୁଥିବା ବେଳେ ଆଉ ଦୁଇ ଜଣ ସତ୍ୟେନ୍ଦ୍ରଙ୍କ ବେଡ୍‌ର ଚାଦର ବଦଳାଉଛନ୍ତି। କେବଳ ସେତିକି ନୁହେଁ ବ୍ୟାରକରେ ପଡିଥିବା କାର୍‌ପେଟ୍‌କୁ ବି ବଦଳାଯାଉଛି। ଏହି ଭିଡିଓଟି ତିନୋଟି ଭିନ୍ନ ଭିନ୍ନ ତାରିଖ ସେପ୍ଟେମ୍ବର ୧୨, ସେପ୍ଟେମ୍ବର ୧୫ ଓ ଅକ୍ଟୋବର ୧ ତାରିଖର ବୋଲି କୁହାଯାଉଛି।

ବିଜେପି ନେତା ହରିଶ ଖୁରାନା ଏହି ଭିଡିଓକୁ ଶେଆର କରିଛନ୍ତି। ସେ ଏହି ଭିଡିଓକୁ ଶେଆର୍ କରି ଜେଲ୍‌ରେ ସତ୍ୟେନ୍ଦ୍ରଙ୍କ ସେବାରେ ୧୦ କର୍ମଚାରୀ ଲାଗିଥିବା ଅଭିଯୋଗ କରିଛନ୍ତି। ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ନେଇ ବିଜେପି ପକ୍ଷରୁ ଟ୍ୱିଟ୍ କରି ପୋଷ୍ଟର୍ ୱାର୍ କରାଯାଇଛି। ଏହି ପୋଷ୍ଟର୍‌ରେ ଜୈନ୍‌ଙ୍କୁ ଜେଲ୍ ଭିତରେ ସୁଲତାନ ରୂପେ ଚିତ୍ରିତ କରାଯାଇଛିି।

Comments are closed.