ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ଆଉ ଏକ ନୂଆ ନାଟକ
ତିରୁବନନ୍ତପୁରମ୍: ମୁଖ୍ୟମନ୍ତ୍ର ପିନରାୟି ବିଜୟନ୍ଙ୍କ ଅଧ୍ୟକ୍ଷତାରେ ଆଜି ଆୟୋଜିତ କ୍ୟାବିନେଟ୍ ବୈଠକରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହାଛଡ଼ା, କୁଳାଧିପତି ପଦବୀ ନିମନ୍ତେ ଶିକ୍ଷା କ୍ଷେତ୍ରରୁ ଜଣେ ବିଶେଷଜ୍ଞଙ୍କୁ ଆଣିବା ପାଇଁ ମଧ୍ୟ କେରଳ ସରକାର ଯୋଜନା ଚଳାଇଛନ୍ତି।
ବିଶ୍ବବିଦ୍ୟାଳୟ ସମୂହର କୁଳାଧିପତି ହୋଇଥିବା ରାଜ୍ୟପାଳ ଆରିଫ୍ ମହମ୍ମଦ୍ ଖାଁ ୧୧ଟି ବିଶ୍ବବିଦ୍ୟାଳୟର କୁଳପତିମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ଉକ୍ତ ନୋଟିସ୍କୁ ବେଆଇ ଓ ମୂଲ୍ୟହୀନ ଦାବି କରି କୁଳପତିମାନେ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ ।
ସୁପ୍ରିମ୍ କୋର୍ଟଙ୍କ ରାୟ ଅନୁସାରେ ସେମାଙ୍କ ନିଯୁକ୍ତି ବେଆଇନ ହୋଇଥିବା ବେଳେ ସେମାନଙ୍କୁ କାହିଁକି ଚାକିରିରେ ରଖାଯାଇଛି ବୋଲି ଜାଣିବାକୁ ରାଜ୍ୟପାଳ କୁଳପତିମାନଙ୍କୁ ଉକ୍ତ ନୋଟିସ୍ରେ ପଚାରିଥିଲେ। କାରଣ ଦର୍ଶାଅ ନୋଟିସ ପ୍ରେରଣ କଥାରେ ରାଜ୍ୟପାଳ ଆରିଫ୍ ମହମ୍ମଦ୍ ଖାଁ ଓ ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ୍ଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଚାଲିଛି।
Comments are closed.