କେଜ୍ରିୱାଲଙ୍କୁ ଆନ୍ନା ହଜାରେଙ୍କ ଚିଠି

ନୂଆଦିଲ୍ଲୀ :ମଣିଷ କ୍ଷମତା ନିଶାରେ ସବୁ କିଛି ଭୁଲିଯାଏ । ଆପଣ କ୍ଷମତା ନିଶାରେ ବୁଡ଼ି ଯାଇଛନ୍ତି।” ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅବକାରୀ ନୀତି ବିବାଦ ମଧ୍ୟରେ ଚିଠି ଲେଖି ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ଏପରି ଟିପ୍ପଣୀ କରିଛନ୍ତି। ଗତବର୍ଷ ନଭେମ୍ବର ମାସରେ ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ ହୋଇଥିଲା।

ଏହାକୁ ନେଇ ଦୁର୍ନୀତି ମାମଲା ରୁଜୁ ହେବାରୁ ଜୁଲାଇ ମାସରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଛି। କିନ୍ତୁ ଏହି ନୀତି ବଳରେ ସରକାର ୧୪୪ କୋଟି ଟଙ୍କାର କ୍ଷତି ସହିଛନ୍ତି ଓ କ୍ଷମତାସୀନ ଆପ୍‌ ବିଶେଷ କରି ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆର୍ଥିକ ଫାଇଦା ହାସଲ କରିଥିବା ବିରୋଧୀ ବିଜେପି ଅଭିଯୋଗ କରିଛି।

ଏହାକୁ ନେଇ ବିଜେପି, ସିବିଆଇ ଓ ଇଡି ଆକ୍ସନ ମୋଡରେ ଥିବା ବେଳେ ଏବେ ଆନ୍ନା ହଜାରେ ଚିଠି ଲେଖି ଅରବିନ୍ଦ କେଜ୍ରିୱାଲଙ୍କୁ ସମାଲୋଚନା କରିଛନ୍ତି। ଆନ୍ନା ଓ କେଜ୍ରିୱାଲ ଦୁର୍ନୀତି ବିରୋଧରେ ଦିଲ୍ଲୀର ଯନ୍ତରମନ୍ତରରେ ଆନ୍ଦୋଳନ କରିଥିଲେ। ଏହି ଆନ୍ଦୋଳନ ପରେ କେଜ୍ରିୱାଲ ଚର୍ଚ୍ଚାକୁ ଆସିଥିଲେ ଓ ଦିଲ୍ଲୀରେ ରାଜନୀତିକ ଦଳ ଗଠନ କରି କ୍ଷମତା ଦଖଲ କରିଥିଲେ।

ହେଲେ ଏବେ ଆନ୍ନା ଅବକାରୀ ନୀତିକୁ ନେଇ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଆପଣ ମୁଖ୍ୟମନ୍ତ୍ରୀ ହେବା ପରେ ମୁଁ ଆପଣଙ୍କୁ ପ୍ରଥମଥର ଚିଠି ଲେଖୁଛି। ନିକଟରେ ଆପଣଙ୍କ ସରକାରଙ୍କ ନୂଆ ଅବକାରୀ ନୀତିକୁ ନେଇ ଯେଉଁ ସବୁ ରିପୋର୍ଟ ବାହାରୁଛି, ତାହା ମୋତେ ଖୁବ ଆଘାତ ଦେଇଛି। ଆପଣ ନିଜ ବହି ସ୍ୱରାଜରେ ମଦ ନୀତିକୁ ନେଇ ଅନେକ ଆଦର୍ଶଗତ କଥା ଲେଖିଥିଲେ। ଏଥିପାଇଁ ମୁଁ ଆପଣଙ୍କ ଠାରୁ ବହୁତ କିଛି ଆଶା ରଖିଥିଲି। ଲୋକଙ୍କ ବିନା ଅନୁମତିରେ ଆବାସିକ ଅଞ୍ଚଳରେ ମଦ ଦୋକାନ ଖୋଲିବ ନାହିଁ ବୋଲି ଆପଣ କହିଥିଲେ।

Comments are closed.