ପୁଣି ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୁଣିଥରେ ଜୀବନରୁ ମାରିବାକୁ ଧମକ ମିଳିଛି। ଏଥରକ ତାଙ୍କୁ ଫେସ୍‌ବୁକ୍‌ରେ ମେସେଜ୍‌ ମାଧ୍ୟମରେ ପୋଷ୍ଟ କରି ମୁଣ୍ଡ କାଟିବାକୁ ଧମକ ମିଳିଛି। ଏହି ଫେସ୍‌ବୁକ୍‌ ପୋଷ୍ଟରେ ଅପଶବ୍ଦ ଲେଖି କୁହାଯାଇଛି ଯେ ମୁଣ୍ଡ କାଟିବା ବ୍ୟକ୍ତିଙ୍କୁ ୨ କୋଟି ଟଙ୍କାର ପୁରସ୍କାର ଦିଆଯିବ। ଏହି ଧମକ ଆତ୍ମ ପ୍ରକାଶ ପଣ୍ଡିତଙ୍କ ଫେସ୍‌ବୁକ୍‌ ପେଜ୍‌ରୁ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧମକ ନେଇ ସୂଚନା ମିଳିବା ପରେ ପୋଲିସ ବିଭାଗରେ ତତ୍ପରତା ପ୍ରକାଶ ପାଇଛି। ଏଥିସହ ଯେଉଁ ଫେସ୍‌ବୁକ୍‌ ପ୍ରୋଫାଇଲରୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଧମକ ମିଳିଛି, ତାହାର ମାଲିକ ଆତ୍ମ ପ୍ରକାଶ ନିଜେ ପୋଲିସକୁ ଏହି ସୂଚନା ଦେଇଛନ୍ତି। ସୂଚନା ମିଳିବା ପରେ ପୋଲିସ ବିଭାଗ ସମେତ ଇଣ୍ଟେଲିଜେନ୍ସ ୟୁନିଟ୍‌ ଓ ଜେଡି ବିଭାଗ ମଧ୍ୟ ସକ୍ରିୟ ହୋଇଯାଇଛନ୍ତି।

ପୋଲିସ ସୂଚନା ମୁତାବକ, ଆତ୍ମ ପ୍ରକାଶ ନାମକ ବ୍ୟକ୍ତିଙ୍କ ଫେସ୍‌ବୁକ୍‌ ଆକାଉଣ୍ଟକୁ ହ୍ୟାକ୍‌ କରି ଦିଆଯାଇ ମୁରାଦାବାଦ ପୋଲିସ ନାଁ ଦିଆଯାଇଛି। ଏହି ପେଜ୍‌ରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମୁଣ୍ଡ କାଟିବାକୁ ଧମକ ଦିଆଯାଇଛି। ଏହା ବ୍ୟତୀତ ତାଙ୍କ ମୁଣ୍ଡ କାଟ୍‌ କରିବା ବ୍ୟକ୍ତିଙ୍କୁ ୨ କୋଟି ଟଙ୍କା ପୁରସ୍କାର ରାଶି ଦେବାକୁ ମଧ୍ୟ କୁହାଯାଇଛି।

ମୁରାଦାବାଦ ନଗର ପୋଲିସ ଅଧୀକ୍ଷକ ଅଖିଳେଶ ଭଦୌରିୟାଙ୍କ ମୁତାବକ, ବର୍ତ୍ତମାନ ପୋଲିସ ଏ ନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରାରମ୍ଭିକ ତଦନ୍ତରେ ଜଣାପଡ଼ିଛି ଯେ ଯେଉଁ ଫେସ୍‌ବୁକ୍‌ ପେଜ୍‌ରୁ ଧମକ ମିଳିଛି ତାର ପ୍ରୋଫାଇଲ ପିକ୍‌ଚରରେ ପାକିସ୍ତାନର ପତାକା ଲଗାଯାଇଛି। ଏହି ମାମଲାକୁ ନେଇ ଫେସ୍‌ବୁକ୍‌କୁ ଇମେଲ କରାଯାଇଛି ଓ ଏହି ପେଜ୍‌ ବିଷୟରେ ସୂଚନା ମଗାଯାଇଛି।

Comments are closed.