ପୁଣି ମହାରାଷ୍ଟ୍ରରେ ରାଜନୈତିକ ନାଟକ, ଜାଣନ୍ତୁ କଣ

ମୁମ୍ବାଇ: ପୁଣି ମହାରାଷ୍ଟ୍ରରେ ରାଜନୀତି ମହାନାଟକ ଆରମ୍ଭ ହୋଇପାରେ | ଅବଶ୍ୟ ଏଥର ନାଟକରେ ବିଜେପି ସହ ସିନ୍ଦେ ଗୋଷ୍ଠୀକୁ ଝଟକା ଲାଗିପାରେ | ବାସ୍ତବରେ ଖୁବ ଶୀଘ୍ର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ରାଜ୍ୟରେ କ୍ୟାବିନେଟ ବିସ୍ତାରକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟରେ ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ କ୍ୟାବିନେଟ୍ ବିସ୍ତାର ହୋଇପାରେ ବୋଲି ମଧ୍ୟ କୁହାଯାଉଛି । ଏହାପୂର୍ବରୁ, ଏନସିପିର ଗୋଟିଏ ଗୋଷ୍ଠୀ ସିନ୍ଦେ-ଫଡନାଭିସଙ୍କ ସହ ମେଣ୍ଟରେ ଯୋଗ ଦେଇଥିଲେ ଓ ଅଜିତ ପାୱାର ଉପ-ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ | ତାଙ୍କ ସହ ଥିବା ଅନ୍ୟ ୯ ଜଣ ନେତା ମଧ୍ୟ ମନ୍ତ୍ରୀ ଭାବରେ ଶପଥ ନେଇଥିଲେ |ତେବେ କ୍ୟାବିନେଟ ବିସ୍ତାର ସମୟରେ ସିନ୍ଦେ ଗୋଷ୍ଠୀର କିଛି ବିଧାୟକମାନଙ୍କୁ ମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇପାରେ | ତେବେ ସିନ୍ଦେ ଦଳର ବିଧାୟକମାନେ ତାଙ୍କ ନାମ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ କି ନାହିଁ ସେ ନେଇ ଦ୍ଵନ୍ଦରେ ଅଛନ୍ତି |

ଏହା ବ୍ୟତୀତ, ସିନ୍ଦେ ଗୋଷ୍ଠୀର ଅନେକ ବିଧାୟକ ପୁଣି ଉଦ୍ଧବଙ୍କ ଶିବିରକୁ ଫେରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି | ସୂତ୍ରରୁ ମିଳିଥିବା ସୂଚନା ମୁତାବକ କିଛି ବିଧାୟକ ଉଦ୍ଧବ ଠାକରେଙ୍କ ସହ ଯୋଗାଯୋଗରେ ଅଛନ୍ତି। ଏଭଳି ପରିସ୍ଥିତିରେ ଯଦି ଏହି ବିଧାୟକମାନେ ମନ୍ତ୍ରୀ ପଦ ନ ପାଆନ୍ତି, ତେବେ ସେମାନେ ଶୀଘ୍ର ସିନ୍ଦେଙ୍କ ଗୋଷ୍ଠୀ ଛାଡ଼ି ଚାଲିଯାଇପାରନ୍ତି । ଉଲ୍ଲେଖ ଥାଉ କି ଆଉ ୧୪ ଜଣ ମନ୍ତ୍ରୀ ମହାରାଷ୍ଟ୍ର ସରକାରରେ ଅନ୍ତର୍ଭୁକ୍ତ ହୋଇପାରିବେ। କୁହାଯାଉଛି ଯେ, ସିନ୍ଦେଙ୍କ ସହ ଆସିଥିବା ୪୦ ଜଣ ବିଧାୟକଙ୍କ ମଧ୍ୟରୁ ଅଧିକାଂଶ ମନ୍ତ୍ରୀ ହେବାକୁ ଅପେକ୍ଷା କରିଛନ୍ତି। ଏହି ନେତାମାନଙ୍କ ମଧ୍ୟରୁ ଅନେକ ଉଦ୍ଧବ ଠାକରେଙ୍କ କାର୍ଯ୍ୟକାଳ ସମୟରେ ମନ୍ତ୍ରୀ ଥିଲେ। ଏହାକୁ ସେମାନଙ୍କର ଅଧିକାର ଭାବରେ ବିବେଚନା କରି ଏହି ନେତାମାନେ ମନ୍ତ୍ରୀ ପଦରେ ବସିବା ପାଇଁ ଓକିଲାତି କରୁଛନ୍ତି। ଏଭଳି ପରିସ୍ଥିତିରେ ଯଦି ଏହି ନେତାମାନେ ମନ୍ତ୍ରୀ ପଦ ନ ପାଆନ୍ତି, ତେବେ ସେମାନେ ଶୀଘ୍ର ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ କରିପାରନ୍ତି |

Comments are closed.