ପୁଣି ଆପ୍ ଓ ବିଜେପି ମୁହାଁମୁହିଁ,ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଉପ ରାଜ୍ୟପାଳ ଓ ଆପ୍‌ ସରକାର ମଧ୍ୟରେ ଦୈନିକ ବାକଯୁଦ୍ଧ ଚାଲିଛି। କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଇସାରାରେ ଉପ ରାଜ୍ୟପାଳ ସକ୍ସେନ କାର୍ଯ୍ୟ କରୁଥିବା ଆପ୍‌ କହି ଚାଲିଛି। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଆଜି କେଜ୍ରିୱାଲ ଗୋଟିଏ ଟ୍ୱିଟ କରିଛନ୍ତି। ଏଥିରେ ସେ ଉପ ରାଜ୍ୟପାଳ ଦୈନିକ ତାଙ୍କୁ ଗାଳି ଦେଉଥିବା ଅଭିଯୋଗ କରିଛନ୍ତି।ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଭିନ୍ନ ଶୈଳୀରେ ଉପ ରାଜ୍ୟପାଳ ଭିକେ ସକ୍ସେନାକୁ ସମାଲୋଚନା କରିଛନ୍ତି। ସେ ଉପ ରାଜ୍ୟପାଳଙ୍କୁ ‘ଲଭ ଲେଟର’ ପଠାଇଉଥିବା କହି ତାଚ୍ଛଲ୍ୟ କରିଥିବା ବେଳେ ବିଜେପି ଏହା ଉପରେ ଆପତ୍ତି ଉଠାଇଛି। ଉପ ରାଜ୍ୟପାଳଙ୍କ ପ୍ରତି କେଜ୍ରିୱାଲ ନିମ୍ନସ୍ତରର ଶବ୍ଦ ପ୍ରୟୋଗ କରିଥିବା ବିଜେପି କହିଛି।

ଉପ ରାଜ୍ୟପାଳ ଓ ଆପ୍‌ ସରକାର ମଧ୍ୟରେ ଦୈନିକ ବାକଯୁଦ୍ଧ ଚାଲିଛି। କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଇସାରାରେ ଉପ ରାଜ୍ୟପାଳ ସକ୍ସେନ କାର୍ଯ୍ୟ କରୁଥିବା ଆପ୍‌ କହି ଚାଲିଛି। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଆଜି କେଜ୍ରିୱାଲ ଗୋଟିଏ ଟ୍ୱିଟ କରିଛନ୍ତି। ଏଥିରେ ସେ ଉପ ରାଜ୍ୟପାଳ ଦୈନିକ ତାଙ୍କୁ ଗାଳି ଦେଉଥିବା ଅଭିଯୋଗ କରିଛନ୍ତି।

ଉପ ରାଜ୍ୟପାଳ ସାହେବ ପ୍ରତିଦିନ ମୋତେ ଗାଳି ଦେଉଛନ୍ତି। ସେ ଯେତିକି ଗାଳି ଦେଉଛନ୍ତି ବା ରାଗୁଛନ୍ତି ମୋ ପତ୍ନୀ ମଧ୍ୟ ପ୍ରତିଦିନ ମୋତେ ସେତିକି ଗାଳି ଦେଉ ନାହାନ୍ତି। ଗତ ୬ ମାସ ମଧ୍ୟରେ ଉପ ରାଜ୍ୟପାଳ ସାହେବ ମୋତେ ଯେତିକି ଚିଠି ଲେଖିଛନ୍ତି, ସେତିକି ଚିଠି ପୂରା ଜୀବନ କାଳରେ ମୋ ପତ୍ନୀ ମୋତେ ଲେଖିନାହାନ୍ତି। ଉପ ରାଜ୍ୟପାଳ ସାହେବ, ଟିକିଏ ଚିଲ ବା ଥଣ୍ଡା ହୁଅନ୍ତୁ। ଏଥିସହ ନିଜର ସୁପର ବସ୍‌ଙ୍କୁ ମଧ୍ୟ ଚିଲ୍‌ ରହିବାକୁ କୁହନ୍ତୁ।

Comments are closed.