ପୁଣି ଏକ ଲଘୁଚାପ

ଭୁବନେଶ୍ୱର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ଶୁକ୍ରବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଶନିବାର ଏହା ଲଘୁଚାପ ରୂପ ନେବ । ଏହା ଅଧିକ ଘନୀଭୂତ ହୋଇପାରେ । ଲଘୁଚାପ ପ୍ରଭାବରେ ୧, ୨ ଓ ୩ ତାରିଖରେ ରାଜ୍ୟରେ ନିର୍ଧୁମ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁସାରେ, ୧, ୨ ଓ ୩ ତାରିଖରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ଭଲ ବର୍ଷା ହେବ । ୨୮ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ । ୨୯ରେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ପରେ ମଧ୍ୟ ଭଲ ବର୍ଷା ହେବ । ୧ ତାରିଖରେ ପଶ୍ଚିମ ଓଡ଼ିଶା ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ବଲାଙ୍ଗୀର, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । କିଛି ସ୍ଥାନରେ ୭୦ରୁ ୨୦୦ମିମି ଯାଏ ବର୍ଷା ସମ୍ଭାବନା ଅଛି ।

Comments are closed.