ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କଲେ ଅମିତ ଶାହ
ଭୁବନେଶ୍ୱର : କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ସୋମବାର ସେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି। ସେ ମନ୍ଦିର ଭିତରେ ପ୍ରାୟ ୨୦ ମିନିଟ୍ ଧରି ପୂଜାର୍ଚ୍ଚନା କରିଥିଲେ। ତାଙ୍କ ସହ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏମ୍ପି ଅପରାଜିତା ଷଡଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ।
ଦର୍ଶନ ସାରି ସେ ସମୀର ମହାନ୍ତିଙ୍କ ଘରକୁ ଯିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ କଟକ ଅଭିମୁଖେ ଯାତ୍ରା କରିବେ। ସେଠାରେ ପହଞ୍ଚି ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଓଡ଼ିଆ ବଜାର ସ୍ଥିତ ଜନ୍ମସ୍ଥାନକୁ ଯିବେ। ସେଠାରୁ କଟକ ଇଣ୍ଡୋର ଷ୍ଟାଡିୟମଠାରେ ୧୧ଟାରେ ପହଞ୍ଚିବେ। ପରେ ସେ ଏକ ଦୈନିକ ଖବରକାଗଜର କାର୍ଯ୍ୟକ୍ରମରେ ସାମିଲ ହେବେ। ସେଠାରେ ଶାହାଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଏବଂ ଅନ୍ୟ କେତେଜଣ ନେତା ମଧ୍ୟ ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମରେ ଯୋଦେବା ପୂର୍ବରୁ ଉଭୟ ବିଜେଡି ଓ ଭାଜପା ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଲାଗିପଡିଛନ୍ତି।
ଏହି କାର୍ଯ୍ୟକ୍ରମ ଶେଷ ହେବାପରେ ସେଠାରୁ ନୂଆପାଟଣା, ମଙ୍ଗଳାବାଗ, କଲେଜ ଛକ, ଓଏମପି ଛକାଠାରେ କର୍ମୀମାନଙ୍କୁ ଭେଟିସାରି ଭୁବନେଶ୍ୱର ଫେରିବେ।
Comments are closed.