ୟୁକ୍ରେନକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପଠାଇବ ଆମେରିକା

ୱାସିଂଟନ୍‌: ୟୁକ୍ରେନ୍‌କୁ ଦୂରଗାମୀ ରକେଟ୍‌ ସିଷ୍ଟମ୍‌ ପଠାଇବା ଲାଗି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ରାଜି ହୋଇଛନ୍ତି। ଏହା ହେଉଛି ୟୁକ୍ରେନ୍‌କୁ ୭୦୦ ନିୟୁତ ଡଲାର୍‌ର ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ଆମେରିକା ଦେଇଥିବା ପ୍ରତିଶ୍ରୁତିର ଅଂଶବିଶେଷ।

ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି, ରୁଷ୍‌ ମଧ୍ୟକୁ ନିକ୍ଷେପ କରିବ ନାହିଁ ବୋଲି ୟୁକ୍ରେନ୍‌ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେବା ପରେ ପ୍ରାୟ ୮୦ କିଲୋମିଟର୍‌ ଦୂରରେ ଥିବା ଲକ୍ଷ୍ୟ ଭେଦ କରି ଉନ୍ନତ ଧରଣର ‘ଆଟିଲେରି ରକେଟ୍‌ ସିଷ୍ଟମ୍‌’ ଦେବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ରାଜି ହୋଇଛି।

ଆଲୋଚନା ଜରିଆରେ ରୁଷ୍‌ର ୟୁକ୍ରେନ୍‌ ଆକ୍ରମଣର ପରିସମାପ୍ତି ଘଟିବ ସତ କିନ୍ତୁ, ବୁଝାମଣା ଆଲୋଚନାରେ ରୁଷ୍‌ ସମକକ୍ଷ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ୟୁକ୍ରେନ୍‌କୁ ଅସାଧାରଣ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବ ବୋଲି ରାଷ୍ଟ୍ରପତି ବାଇଡେନ୍‌ କହିଥିବା କଥା ‘ନ୍ୟୁୟର୍କ ଟାଇମ୍ସ୍‌’ରେ ମଙ୍ଗଳବାର ଦିନ ପ୍ରକାଶିତ ଆଲେଖ୍ୟରେ ଉଲ୍ଲେଖ ଅଛି।

Comments are closed.