ବିଜେଡିର ଛାୟା କ୍ୟାବିନେଟକୁ ନେଇ ବିସ୍ଫୋରକ ବୟାନ ଦେଲେ ଅମର ଶତପଥୀ, କହିଲେ, ପୂର୍ବରୁ ଏମିତି କରିଥିଲେ…

ବିଜେଡିର ଛାୟା କ୍ୟାବିନେଟ ଗଠନ ହୋଇଛି। ଯାହାକୁ ନେଇ ବହୁ ଭାଜପା ନେତା ଟର୍ଗେଟ କରିଥିବାବେଳେ ବିଜେଡିର ଜଣେ ବରିଷ୍ଠ ନେତା ମଧ୍ୟ ଏହାକୁ ସମାଲୋଚନା କରିଛନ୍ତି। ବିଜେଡି ନେତା ଅମର ଶତପଥୀ କହିଛନ୍ତି, ନବୀନ ପଟ୍ଟନାୟକ ବର୍ତ୍ତମାନ ଯେମିତି ବିଧାୟକମାନଙ୍କୁ ଦାୟିତ୍ୱ ବଣ୍ଟନ କରିଛନ୍ତି ଯଦି ପୂର୍ବରୁ ଏମିତି କରିଥାନ୍ତେ ତେବେ ଆଜି ଆମେ ବିରୋଧୀ ଦଳରେ ବସି ନଥାନ୍ତୁ । ବିଳମ୍ବରେ ହେଉ ପଛେ ଭଲ କାର୍ଯ୍ୟକ୍ରମଟେ ହାତକୁ ନେଇଛନ୍ତି ଦଳର ସୁପ୍ରିମୋ ।

ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, କିଛି ବ୍ୟତିକ୍ରମ ହୋଇଥିଲା, ଯାହାକି ନିର୍ବାଚନରେ ପ୍ରସଙ୍ଗ ହେଲା । ଆଜି ସେ ସ୍ଥିତି ନାହିଁ ବୋଲି ସେ କହିଛନ୍ତି । ଏଥିସହ ଓଡିଶା ପାଇଁ ଭଲଦିନ ଆସୁଛି । ଏହି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ବଜାୟ ରହିବା ଦରକାର । ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ବଜାୟ ରହିବା ଉଚିତ । ଦଳର ସୁପ୍ରିମୋ ବର୍ତ୍ତମାନ ଯେଉଁ ଦାୟିତ୍ୱ ବଣ୍ଟନର ନିଷ୍ପତ୍ତି ନେଇଛନ୍ତି ତାହା ସ୍ବାଗତଯୋଗ୍ୟ ବୋଲି କହିଛନ୍ତି ଅମର ଶତପଥୀ ।

ଏଥିସହ ଓଡିଶାରେ ଚଳିତ ଥର ନୂଆ ନୂଆ ପରମ୍ପରା ବି ଆରମ୍ଭ ହୋଇଛି । ଯେପରିକି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହକୁ ବିରୋଧୀ ଦଳ ନେତା ଆସିବ ହେଉ, କି ବିରୋଧୀ ଦଳର ନେତାଙ୍କ ଚିଠିର ଉତ୍ତର ତୁରନ୍ତ ମୁଖ୍ୟମନ୍ତ୍ରୀ ଦେବା । ଏହା ଗଣତନ୍ତ୍ର ବ୍ୟବସ୍ଥାକୁ ସୁସ୍ଥ ଓ ସୁଦୃଢ କରିଛି । ଏହା ଆଗକୁ ବି ବଜାୟ ରହିବା ଆବଶ୍ୟକ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଅମର ଶତପଥୀ ।

Comments are closed.