ମଦର ହୋମ୍‌ ଡେଲିଭରି ବନ୍ଦ କଲେ ସରକାର

ମହାରାଷ୍ଟ୍ର : ବନ୍ଦ ହେଲା ମଦର ହୋମ୍‌ ଡେଲିଭରି। ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଏଭଳି ଘୋଷଣା କରାଯାଇଛି। ହୋମ୍‌ ଡେଲିଭରି ବନ୍ଦ କରିବା ପାଇଁ ଗୃହ ବିଭାଗ ପକ୍ଷରୁ ଅବକାରୀ ବିଭାଗକୁ ଚିଠି ଲେଖାଯାଇଛି। ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ଵାର କହିଛନ୍ତି, କରୋନା ମାମଲା କମ୍‌ ହୋଇଥିବାରୁ ଆମେ ମଦର ହୋମ୍‌ ଡେଲିଭରି ବନ୍ଦ କରୁଛୁ। ଏହି ବ୍ୟବସ୍ଥା ଲକ୍‌ଡାଉନ୍‌ ବେଳେ ଆରମ୍ଭ ହୋଇଥିଲା।

ମହାରାଷ୍ଟ୍ରରେ କରୋନା ମାମଲା ବଢ଼ିବା ପରେ ମଦର ହୋମ୍‌ ଡେଲିଭରି ଆରମ୍ଭ ହୋଇଥିଲା। ଏହି ଡେଲିଭରି କେବଳ ଲାଇସେନ୍ସ ପ୍ରାପ୍ତ ଦୋକାନ ପାଇଁ ଥିଲା। ଯେଉଁ ବ୍ୟକ୍ତି ମଦର ହୋମ୍‌ ଡେଲିଭରି କରିବାକୁ ଯାଉଥିଲେ ସେ ମାସ୍କ ଓ ଗ୍ଲୋବ୍ସ ପିନ୍ଧିବା ଅନିବାର୍ଯ୍ୟ ଥିଲା। କରୋନାର ବଢ଼ୁଥିବା ମାମଲାକୁ ଦେଖି ଡେଲିଭରି ବୟ ଓ ଗ୍ରାହକଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଥିଲା। କିନ୍ତୁ ଏବେ ରାଜ୍ୟରେ ସଂକ୍ରମଣ ହାର କମୁଥିବାରୁ ସରକାର ହୋମ୍‌ ଡେଲିଭରି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଲାଇସେନ୍ସପ୍ରାପ୍ତ ଦୋକାନକୁ ମିଳିଥିଲା ଅନୁମତି:

ମହାରାଷ୍ଟ୍ର ସରକାର ମଦର ହୋମ୍‌ ହେଲିଭରି ପାଇଁ ନୋଟିଫିକେସନ୍‌ ଜାରି କରିଥିଲେ। ନୋଟିଫିକେସନ୍‌ ମୁତାବକ, ବମ୍ବେ ଲିକର ରୁଲ୍ସ ୧୯୫୩ ଅନୁସାରେ FL-II, FL/BR-II, FL/W-II ଲାଇସେନ୍ସ ପାଇଥିବା ମଦ, ବିୟର, ମାଇଲ୍ଡ ଲିକର, ଓ୍ଵାଇନ୍‌ର ଡେଲିଭରି ଘର ଠିକଣାରେ କରିବାକୁ ଅନୁମତି ଦିଆଯାଇଥିଲା।

ସେତେବେଳେ ନିୟମ ହୋଇଥିଲାଯେ ଯେଉଁ ମଦ ଦୋକାନ ହୋମ୍‌ ଡେଲିଭରି କରିବେ ସେମାନେ ନିଜ ଡେଲିଭରି ବୟଙ୍କ ମେଡିକାଲ ଟେଷ୍ଟ ରିପୋର୍ଟ ସହ ସମସ୍ତ ସୂଚନା ଅବକାରୀ ବିଭାଗକୁ ଦେବେ। କରୋନା ଭାଇରସ ଲକ୍‌ଡାଉନ୍‌ ମଧ୍ୟରେ ମଦର ହୋମ୍‌ ଡେଲିଭରି କରୁଥିବା ଡେଲିଭରି ବୟ ଗ୍ଲୋବ୍ସ ଓ ମାସ୍କ ପିନ୍ଧିବା ଅନିବାର୍ଯ୍ୟ ଥିଲା।

Comments are closed.