ଦ୍ୱିତୀୟ ଦିନରେ ମହାପ୍ରଭୁ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ
ଦ୍ୱିତୀୟ ଦିନରେ ମହାପ୍ରଭୁ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ। ୧୪ ଦିନ ଧରି ଚାଲିବ ଦର୍ଶନ। ଆଜି ଭୋର ୪ଟାରୁ ମନ୍ଦିର ଖୋଲିବ ପରେ ମହାପ୍ରଭୁଙ୍କ ସମସ୍ତ ନୀତି ସମ୍ପନ୍ନ ହେବା ପରେ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ।
ବ୍ୟାରିକେଡ ମଧ୍ୟରେ ଭକ୍ତମାନେ ଶୃଙ୍ଖଳିତ ଭାବେ ଦର୍ଶନ କରୁଛନ୍ତି। କୋଭିଡ୍ କଟକଣା ପାଇଁ ଦୁଇ ବର୍ଷ ଧରି ଅଣସର ଦର୍ଶନ ବନ୍ଦ ରହିଥିଲା। ବିଶ୍ୱାସ ରହିଛି ବର୍ଷ ସାରା ଜଗନ୍ନାଥଙ୍କ ଦର୍ଶନ କଲେ ଯେଉଁ ପୂଣ୍ୟ ମିଳେ ୧୪ ଦିନ ଅଲାରନାଥଙ୍କ ଦର୍ଶନ କଲେ ପୁଣ୍ୟ ମିଳେ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି। ୧୦୮ ଗରା ଜଳରେ ସ୍ନାନ ପରେ ଜ୍ୱରରେ କମ୍ପୁଛନ୍ତି ଶ୍ରୀଜିଉ। ସୁସ୍ଥ ପାଇଁ ଚାଲିଛି ଗୁପ୍ତ ଉପଚାର।
Comments are closed.