ବଢ଼ିଲା ‘ଅଗ୍ନିପଥ’ ପ୍ରବେଶ ବୟସ ସୀମା

ନୂଆଦିଲ୍ଲୀ: ‘ଅଗ୍ନିପଥ’ ପ୍ରବେଶ ବୟସ ସୀମା ବଢ଼ିଲା । ଅଗ୍ନିପଥ ପ୍ରବେଶ ବୟସ ସୀମା ୨୩ ବର୍ଷକୁ ବୃଦ୍ଧି । ଏହି ବର୍ଦ୍ଧିତ ବୟସ ସୀମା ୨୦୨୨ ପାଇଁ ଲାଗୁ ହେବ । ପୂର୍ବରୁ ଅଗ୍ନିପଥ ବୟସ ସୀମା ୨୧ ବର୍ଷ ଧାର୍ଯ୍ୟ କରାଯାଇଥିଲା । ବିଭିନ୍ନ ରାଜ୍ୟରେ ବିକ୍ଷୋଭ ପରେ ବୟସ ସୀମା ୨୩କୁ ବଢ଼ିଲା ।

ଜୁନ୍‌ ୧୪ ତାରିଖରେ ଯୁବବର୍ଗଙ୍କୁ ତିନି ସେନାରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା ଘୋଷଣା କରିଥିଲେ । ଅଗ୍ନିପଥ ଯୋଜନାରେ ନିଯୁକ୍ତି ହେବେ ଅଗ୍ନିବୀର । ଚଳିତ ବର୍ଷ ୪୬ ହଜାର ଅଗ୍ନିବୀର ନିଯୁକ୍ତି ପାଇବେ । ଗତ କିଛି ବର୍ଷ ଧରି ପ୍ରତିରକ୍ଷା ବିଭାଗକୁ ଦୃଢ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି।

Comments are closed.