ବିବାଦ ପରେ ଫିଲ୍ମ ଆଦିପୁରୁଷର ହେବ ପରିବର୍ତ୍ତନ

ମୁମ୍ବାଇ: ଫିଲ୍ମ ଆଦିପୁରୁଷ ରିଲିଜ ପୂର୍ବରୁ ହିଁ ବିବାଦରେ ଫସିଛି। ଟିଜର ରିଲିଜ ପରଠାରୁ ଫିଲ୍ମଟି ଚର୍ଚ୍ଚାରେ ରହିଛି। ଫିଲ୍ମର ଖରାପ ଭିଏଫ୍‌ଏକ୍ସ ଓ ବିଭିନ୍ନ ଚରିତ୍ରର ଗେଟ୍‌ଅପ୍‌କୁ ନେଇ ଚାରିଆଡୁ ବିରୋଧ ହୋଇଛି। ବିଶେଷ କରି ସୈଫ୍‌ଙ୍କ ଚରିତ୍ରକୁ ନେଇ ବେଶ୍ ସମାଲୋଚନା ହୋଇଥିଲା।

ଲୋକେ ସୈଫ୍‌ଙ୍କ ରାବଣ ଲୁକ୍‌କୁ ପସନ୍ଦ କରିନଥିଲେ। ରାବଣ ଓ ହନୁମାନ ମୁସଲମାନଙ୍କ ଭଳି ଦାଢ଼ି ରଖିଥିବାରୁ ଲୋକେ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ। ଏକ ରିପୋର୍ଟ ଅନୁଯାୟୀ ଫିଲ୍ମର ମେକର୍ସ ଡିଜିଟାଲ ଟୁଲ୍ ଜରିଆରେ ସୈଫ୍‌ଙ୍କ ଦାଢ଼ିକୁ ହଟାଇବାକୁ ଯୋଜନା କରୁଛନ୍ତି। କିନ୍ତୁ ଏହା କରିବା ମୁସ୍କିଲ ହୋଇପାରେ। କାରଣ ଫିଲ୍ମରେ ଅନେକ କାମ ସରିଛି।

ରିପୋର୍ଟ ଅନୁଯାୟୀ ସବୁ ପରିବର୍ତ୍ତନ ପାଇଁ ପ୍ରାୟ ୩୦ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ। ଗତ ସପ୍ତାହରେ ମେକର୍ସ ଫିଲ୍ମର ରିଲିଜ ଡେଟ୍‌କୁ ଘୁଞ୍ଚାଇଥିବା ଘୋଷଣା କରିଥିଲେ। ପୂର୍ବରୁ ଏହା ୧୨ ଜାନୁଆରୀ ୨୦୨୩ ରେ ରିଲିଜ୍ ହେବାର ଥିଲା। ଏବେ ଏହାକୁ ୧୬ ଜୁନ୍‌କୁ ଘୁଞ୍ଚାଇ ଦିଆଯାଇଛି।

ନିର୍ଦ୍ଦେଶକ ଓମ୍ ରାଉତଙ୍କ ଫିଲ୍ମ ‘ଆଦିପୁରୁଷ’ର ଟିଜରରେ ନଜର ଆସିଥିବା ଭିଏଫଏକ୍ସକୁ ଲୋକେ ସୋସିଆଲ ମିଡିଆରେ ବେଶ୍ ସମାଲୋଚନା କରିଥିଲା। ଏହା ସହ ରାମାୟଣ ଉପରେ ଆଧାରିତ ଏହି ଫିଲ୍ମରେ ତଥ୍ୟକୁ ଭୁଲ୍ ଭାବରେ ଉପସ୍ଥାପିତ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା।

Comments are closed.